fbpx

ପ୍ରକାଶ ପାଇଲା +୨ ପାଇଁ ପ୍ରଥମ କଟଅଫ୍ ମାର୍କ

ଭୁବନେଶ୍ୱର,୧୮ ।୯(ଓଡିଶା ଭାସ୍କର): +୨ ନାମଲେଖା ପାଇଁ ମେଧା ତାଲିକା ବା କଟଅଫ୍ ମାର୍କ ଆଜି ପ୍ରକାଶ ପାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମେଧା ତାଲିକା ପ୍ରକାଶ ପାଇଛି । ବିଜ୍ଞାନ, ବାଣିଜ୍ୟ ଓ କଳାରେ ପ୍ରଥମ ସ୍ଥାନରେ ରହିଛି ରେଭେନ୍ସା । ବିଜ୍ଞାନରେ ୮୯% ସହ ପ୍ରଥମ ସ୍ଥାନରେ ରହିଛଇ ରେଭେନ୍ସା । ସେହିପରି ୮୮.୬% ସହ ବିଜେପି କଲେଜ ଦ୍ୱିତୀୟ ସ୍ଥାନରେ ରହିଛି ।

ସେହିପରି କଳାରେ ୭୨.୫% ସହ ପ୍ରଥମ ସ୍ଥାନରେ ରହିଛି ରେଭେନ୍ସା । ୭୧.୮୩% ସହ ବିଜେପି କଲେଜ ଦ୍ୱିତୀୟ ସ୍ଥାନରେ ରହିଛି ।

ବାଣିଜ୍ୟରେ ୭୫.୮୩% ସହ ପ୍ରଥମ ସ୍ଥାନରେ ରହିଛି ରେଭେନ୍ସା । ୭୫.୫% ସହ ଦ୍ୱିତୀୟ ସ୍ଥାନରେ ରହିଛି ରାଉରକେଲା ହାଇଅର ସେକେଣ୍ଡାରୀ ସ୍କୁଲ । ଏହା ସହ ଆସନ୍ତା ୨୧ ତାରିଖରୁ ନାମଲେଖା ଆରମ୍ଭ ହେବ ।

 

Get real time updates directly on you device, subscribe now.