fbpx

ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ, ୧୭ ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ୍

ନୂଆଦିଲ୍ଲୀ, ୧୪ା୯: ସଂସଦର ମୌସୁମୀ ଅଧିବେଶନର ଆଜି ପ୍ରଥମ ଦିନ । ପ୍ରଥମ ଦିନରେ ଟେଷ୍ଟ ପରେ ୧୭ଜଣ ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି । ସାଂସଦ ମିନାକ୍ଷୀ ଲେଖୀ, ଅନନ୍ତ କୁମାର ହେଗଡ଼େ, ପରଭେଶ ସାହିବ ସିଂଙ୍କ ସମେତ ୧୭ଜଣ ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଉଲ୍ଲେଖଯୋଗ୍ୟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ସଦସ୍ୟଙ୍କ କୋଭିଡ଼ ଟେଷ୍ଟ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା । କୋଭିଡ଼ ଟେଷ୍ଟ କରାଯିବା ପରେ ୧୭ଜଣ ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେପ୍ଟେମ୍ବର ୧୩ ଓ ୧୪ରେ ପାର୍ଲାମେଣ୍ଟ ପରିସରରେ କରୋନା ଟେଷ୍ଟ କରାଯାଇଥିଲା ।

Get real time updates directly on you device, subscribe now.