fbpx

କୋର୍ଟରେ ହାଜର ହେବେ ସଲମାନ

ମୁମ୍ବାଇ,୧୪ ।୯: ପୁଣି ଥରେ କୋର୍ଟରେ ହାଜର ହେବେ ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନ୍ । କୃଷ୍ଣକାୟ ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟରେ ହାଜର ହେବାକୁ ଆଦେଶ ଦେଇଛନ୍ତି । ରାଜସ୍ଥାନର ଯୋଧପୁରରେ ସେପ୍ଟେମ୍ବର ୨୮ ତାରିଖରେ ହାଜର ହେବାକୁ ସଲମାନ ଖାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ଜିଲ୍ଲା ଜଜ୍ ଆଜି ନିର୍ଦ୍ଦେଶ ଜାରି କରିଛନ୍ତି । ଆଜି ହୋଇଥିବା ଏହି ଶୁଣାଣିରେ ସଲମାନଙ୍କ ଓକିଲ ହସ୍ତିମଲ ସାରସ୍ୱତ କୋର୍ଟରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.