fbpx

କରୋନାରେ ଦେଶର ପ୍ରଥମ ଡାକ୍ତରଙ୍କ ମୃତ୍ୟୁ

ଇନ୍ଦୌର,୯ ।୪: କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଦେଶର ପ୍ରଥମ ଡାକ୍ତରଙ୍କ ମୃତ୍ୟୁ ଘଟିଛି । କୋଭିଡ୍-୧୯ କାରଣରୁ ଇନ୍ଦୌର ବାସିନ୍ଦା ଡାକ୍ତର ଶତ୍ରୁଘ୍ନ ପଞ୍ଜୱାନୀଙ୍କ ଆଜି ସକାଳ ୪ଟାରେ ଦେହାନ୍ତ ହୋଇଛି । ଖବର ମୁତାବକ, ସେ କରୋନା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରୁନଥିଲେ । ଏପରି ପରିସ୍ଥିତିରେ ସେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି । କିଛି ଦିନ ପୂର୍ବରୁ ଡାକ୍ତରଙ୍କୁ କରୋନା ହୋଇଥିବା ରିପୋର୍ଟ ଆସିଥିଲା ।

ଡାକ୍ତରଙ୍କୁ ପ୍ରଥମେ ଗୋକୁଲଦାନ ଓ ପରେ ସିଏଚଏଲରେ ଚିକିତ୍ସା କରାଯାଉଥିଲା । ପରେ ତାଙ୍କୁ ଅରବିନ୍ଦ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ତେବେ ଡାକ୍ତର ପଞ୍ଜୱାନୀ ଇନ୍ଦୌରର ରୂପରାମ ନଗରରେ ରହୁଥିଲେ ।

Get real time updates directly on you device, subscribe now.