fbpx

କରୋନା ପାଇଁ ଜୁନ ୧୭ଯାଏଁ ସ୍କୁଲ ବନ୍ଦ୍

ଭୁବନେଶ୍ୱର, ୯ା୪(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା ଭାଇରସ୍ । କରୋନା ସତର୍କତା ଦୃଷ୍ଟିରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଥିଲେ । ଲକ୍ ଡ଼ାଉନ ଏପ୍ରିଲ ୩୦ ଯାଏଁ ବଢ଼ିବା ସହ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଜୁନ୍ ୧୭ଯାଏଁ ବନ୍ଦ ରହିବ ବୋଲି ସୂଚନା ମିଳିଛି । ପୂର୍ବରୁ ଏପ୍ରିଲ ୩୦ଯାଏଁ ସ୍କୁଲ ବନ୍ଦ୍ ରହିବା ନେଇ ରାଜ୍ୟସରକାର ନିଷ୍ପତ୍ତି ନେଇଥିଲେ । କିନ୍ତୁ ମାଟ୍ରିକ ପରୀକ୍ଷା ଖାତା ଦେଖା ପାଇଁ ଏଯାବତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

Get real time updates directly on you device, subscribe now.