fbpx

ପଶୁଙ୍କ ପାଇଁ ଦେଶରେ ପ୍ରଥମ କୋଭିଡ୍ ଭାକସିନ୍ ପ୍ରସ୍ତୁତ, ୨୩ଟି କୁକୁରଙ୍କ ଠାରେ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: କରୋନା ମହାମାରୀ ମଣିଷଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀ ମାନଙ୍କ ଠାରେ ମଧ୍ୟ ବ୍ୟାପୁଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ପାଇଁ ଟିକାକରଣକୁ ଜୋରଦାର୍ କରାଯାଉଛି । ଫଳରେ ଲୋକମାନଙ୍କ ଠାରେ ଇମ୍ୟୁନିଟି ବୃଦ୍ଧି ପାଇବ ଓ ମହାମାରୀ ସହିତ ଲଢ଼ିବାରେ ସହାୟକ ହୋଇପାରିବ । ତେବେ ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ପଶୁମାନଙ୍କ ପାଇଁ ମଧ୍ୟ ଟିକା ପ୍ରସ୍ତୁତ କରାଯାଇଛି । ହରିୟାଣାର ହିସାର୍ ଠାରେ ଥିବା କେନ୍ଦ୍ରୀୟ ଅଶ୍ୱ ଅନୁସନ୍ଧାନ ସଂସ୍ଥାର ବୈଜ୍ଞାନିକ ମାନେ ପଶୁମାନଙ୍କ ପାଇଁ ଦେଶର ପ୍ରଥମ କୋଭିଡ୍ ଭାକସିନ୍ ତିଆରି କରିବାରେ ସଫଳତା ହାସଲ କରିଛନ୍ତି ।

ତେବେ ଏହି ଭାକସିନ୍ କୁ ୨୩ ଟି କୁକୁରଙ୍କ ଉପରେ ସଫଳ ପରୀକ୍ଷଣ କରାଯାଇଛି । ଟିକା ଲଗାଯିବାର ୨୧ ଦିନ ପରେ କୁକୁରମାନଙ୍କ ଠାରେ କରୋନା ବିରୋଧୀ ଆଣ୍ଟିବଡି ତିଆରି ହୋଇଥିବା ଦେଖାଯାଇଛି । କୁକୁରଙ୍କ ଉପରେ ପରୀକ୍ଷଣ ପରେ ଗୁଜୁରାଟର ଜୁନାଗଡ଼ ସ୍ଥିତ ସକ୍କରବାଗ ଜୁଲୋଜିକାଲ୍ ପାର୍କ ର ୧୫ଟି ସିଂହ ଉପରେ ଟ୍ରାଏଲ୍ କରାଯିବାର ଯୋଜନା ରହିଛି । ଏହଅି ପରୀକ୍ଷଣ ଗୁଜୁରାଟ ସରକାରଙ୍କ ଅନୁମତି ମିଳିବା ପରେ କରାଯିବ । ଏହାପରେ ଟିକାକୁ ବଜାରକୁ ଅଣାଯାଇ ପଶୁମାନଙ୍କ ଟିକାକରଣ କରାଯିବ ।

Get real time updates directly on you device, subscribe now.