fbpx

ଏଣିକି କହିବା କି ଟାଇପିଂ କରିବାର ଆବଶ୍ୟକ ନାହିଁ, ସିଧାସଳଖ ଆପଣଙ୍କ ଭାବନା ହୋଇଯିବ ଟ୍ୱିଟ୍

ନୂଆଦିଲ୍ଲୀ: ଏଣିକି ବିନା ଭଏସ୍, ବିନା ଟାଇପିଂରେ ଟ୍ୱିଟ୍ କରିହେବ । ଏକଥା ଆଶ୍ଚର୍ଯ୍ୟ ଲାଗୁଥିବେ ସତ । ଜଣେ ପାରାଲିସିସ୍ ରୋଗୀ ନିଜର ବ୍ରେନ୍ ସହାୟତାରେ ପ୍ରଥମ ଥର ପାଇଁ ଏପରି ଟ୍ୱିଟ୍ କରି ହଇଚଇ ସୃଷ୍ଟି କରିଛନ୍ତି । ଅଷ୍ଟ୍ରେଲିଆର ଜଣେ ୬୨ ବର୍ଷୀୟ ରୋଗୀ ଫିଲିପ ଓ’କିଫ ବ୍ରେନ୍ ସହାୟତାରେ ଟିଟ୍ କରିଛନ୍ତି ଯେ, ‘ହ୍ୟାଲୋ, ୱାର୍ଲ୍ଡ ଛୋଟା ଟ୍ୱିଟ୍, ବଡ଼ା ଆଚିଭେଣ୍ଟ ।’ ଫିଲିପ ଏହି ଟ୍ୱିଟ ସିଙ୍କ୍ରନ କମ୍ପାନୀର ସିଇଓ ଥୋମାସ୍ ଅକ୍ସଲେଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । ଏଥିସହିତ ବ୍ରେନରେ ମାଇକ୍ରୋଚିପ୍ ପ୍ରତ୍ୟାରୋପଣ କରିଥିବାରୁ ଡାକ୍ତରମାନଙ୍କୁ ଫିଲିପ୍ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଜଣାପଡ଼ିଛି ଯେ, ସିଙ୍କ୍ରନ କମ୍ପାନୀ ଫିଲିପଙ୍କ ବ୍ରେନରେ ମାଇକ୍ରୋଚିପ ପ୍ରତିରୋପଣ କରି ଭାବନାକୁ ଶବ୍ଦରେ ପରିବର୍ତ୍ତନ କରିବାର କ୍ଷମତା ଦେଇଥିଲା । ଫିଲିପଙ୍କ ଠାରେ ପ୍ରତିରୋପିତ ହୋଇଥିବା ଚିପ ମସ୍ତିଷ୍କର ସଙ୍କେତକୁ ପଢ଼ିପାରିବ । ଏହା ସଙ୍କେତକୁ ବିଶ୍ଲେଷଣ କରେ ଓ ମସ୍ତିଷ୍କର ନିର୍ଦ୍ଦେଶକୁ ବୁଝି ଶବ୍ଦରେ ପରିବର୍ତ୍ତନ କରେ । ତେବେ ଏନେଇ ଫିଲିପ କହିଥିଲେ ଯେ, ଏହି ପ୍ରଣାଳୀ ତାଙ୍କୁ ବହୁତ ଆଶ୍ଚର୍ଯ୍ୟ କରିଥିଲା । ଯେତେବେଳେ ପ୍ରଥମ ଥର ପାଇଁ ତାଙ୍କୁ ଏହି ଟେକନିକ ବିଷୟରେ କୁହାଯାଇଥିଲା, ସେ ବହୁତ ଖୁସି ଅନୁଭବ କରିଥିଲେ । ଏହି ଟେକନିକର ଉପଯୋଗ କରିବା ପରେ ତାଙ୍କର କାର୍ଯ୍ୟ ସହଜ ହୋଇଯିବ ବୋଲି ସେ ଅନୁମାନ କରିପାରିଥିଲେ । ଏନେଇ କମ୍ପାନୀ ସିଇଓ ଥୋମାସ୍ କହିଛନ୍ତି ଯେ, ଏହି ଟେକନିକ ଜରିଆରେ ଲୋକଙ୍କୁ ସୁବିଧା ଯୋଗାଇବା ହେଉଛି ଆମର ଲକ୍ଷ୍ୟ । ଶାରୀରିକ ଓ ମାନସିକ ସ୍ତରରେ ଅକ୍ଷମ ଥିବା ଲୋକ ସାଧାରଣତଃ ଅନ୍ୟ ଉପରେ ନିର୍ଭର କରିଥାନ୍ତି । ତେଣୁ ଏହି ଟେକନିକ ଲୋକମାନଙ୍କ ଭାବନାକୁ ଶବ୍ଦରେ ପରିପ୍ରକାଶ କରିବାରେ ସହାୟକ ହେବ ।

Get real time updates directly on you device, subscribe now.