fbpx

ପ୍ରଥମ ‘Grain ATM’ ସ୍ଥାପନ କରିବେ ରାଜ୍ୟ ସରକାର: ଏଟିଏମରୁ ବାହାରିବ ଚାଉଳ-ଗହମ, ଉପକୃତ ହେବେ ସାଧାରଣ ଜନତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗନ, କୃଷି ଆଦି ବିଭିନ୍ନ କ୍ଷେତ୍ର ପାଇଁ ଅନେକ ନୂଆ ନୂଆ ଯୋଜନା ପ୍ରଣୟନ କରିଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟର ଗରିବ ଲୋକଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରତିଷ୍ଠା ହେବାକୁ ଯାଉଛି ‘ଗ୍ରେନ ଏଟିଏମ୍ ।

ସୂଚନା ମୁତାବକ, ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ରାଜ୍ୟର ପ୍ରଥମ ‘ଗ୍ରେନ ଏଟିଏମ୍’ ପ୍ରତିଷ୍ଠା ହେବ । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫପି) ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଏହି ଏଟିଏମ୍ ସ୍ଥାପନ କରାଯିବ । ଏହି ଏଟିଏମ ବସିବା ଫଳରେ ରାଶନକାର୍ଡଧାରୀମାନେ ଆଉ କଣ୍ଟ୍ରୋଲ ଦୋକାନ ଆଗରେ ଲମ୍ବା ଲାଇନ ଲଗାଇ ଛିଡ଼ା ହେବେ ନାହିଁ । ଲୋକମାନେ ଟିପ ଚିହ୍ନରେ ବାୟୋମେଟ୍ରିକ ଯାଞ୍ଚ କରିବା ପରେ ଏଟିଏମରୁ ଟଙ୍କା ଭଳି ଚାଉଳ ବାହାରିବ ।

ଏହି ଏଟିଏମ ସ୍ଥାପନ ପାଇଁ ଡବ୍ଲ୍ୟୁଏଫପି ସମସ୍ତ ପ୍ରକାରର ସହଯୋଗ ପ୍ରଦାନ କରିବ । ତେବେ ଏହି ସୁବିଧା ପାଇବାକୁ ହେଲେ ଜଣେ ହିତାଧିକାରୀଙ୍କୁ ପ୍ରଥମେ ଉକ୍ତ ମେଶିନରେ ବାୟୋମେଟ୍ରିକ, ରାଶନ କାର୍ଡ, ଆଧାର କାର୍ଡ ଦେବାକୁ ପଡ଼ିବ । ତେବେ ଏହି ମେଶିନକୁ ଇଂରାଜୀ ବଦଳରେ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ କରାଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ / ଗହମ ଉପଲବ୍ଧ ହେବ । ଦେଶରେ ପ୍ରଥମେ ହରିୟାଣାରେ ଏହି ସେବା ଆରମ୍ଭ ହୋଇଥିବା ବେଳେ ମାତ୍ର ହାତଗଣତି କିଛି ରାଜ୍ୟରେ ଏହା ଆରମ୍ଭ ହୋଇଛି । ଏହି ଏଟିଏମର ସଫଳତା ପରେ ରାଜ୍ୟର ଅନ୍ୟ ସ୍ଥାନରେ ଅଧିକ ଏଟିଏମ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.