ଭାରତ ଇତିହାସରେ ପ୍ରଥମ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କେବଳ ମହିଳା ପୋଲିସ
ଆଗରୁ କେବେ ହୋଇ ନଥିଲା। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପୁରୁଷ ନଥିଲେ। ହେଲେ ଏବେ ହେବାକୁ ଯାଉଛି। ଆଉ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ୨ ହଜାରରୁ ଅଧିକ କେବଳ ମହିଳା ପୋଲିସ ନିୟୋଜିତ ହୋଇଛନ୍ତି।
ଗୁଜୁକାଟ: ଭାରତ ଇତିହାସରେ ପ୍ରଥମ ଥର ହେବ ଏପରି। କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ନାହାନ୍ତି ଜଣେ ହେଲେ ପୁରୁଷ ପୋଲିସ। କହିବାକୁ ଗଲେ ମୋଦୀଙ୍କ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି କେବଳ ମହିଳା ପୋଲିସ।
ଯାହାକି ପୂର୍ବରୁ ଭାରତରେ କେବେବି ଦେଖିବାକୁ ମିଳି ନଥିଲା। ହେଲେ ଏବେ ଦେଖିବାକୁ ମିଳିବ। ଆଉ ଲକ୍ଷପତି ଦିଦି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ରହିବେ କେବଳ ମହିଳା ପୋଲିସ। ଯାହାକି ଭାରତ ଇତିହାସରେ ପ୍ରଥମ ବୋଲି ଚର୍ଚ୍ଚା ହେଉଛି।
ମୋଦୀଙ୍କ ସୁରକ୍ଷାରେ ମହିଳା: ତେବେ ଗୁଜୁରାଟରେ ମହିଳା ଦିବସରେ ଅର୍ଥାତ୍ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା କବଚ ସାଜିବେ ମହିଳା ପୋଲିସ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆସନ୍ତାକାଲି ଗୁଜରାଟର ନଭସାରି ଜିଲ୍ଲାରେ ଏକ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ଆଉ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ସରିଲାଣି। ଆଉ ଏହି ସୁରକ୍ଷାର ଚାବି ରହିବ ମହିଳା ପୋଲିସଙ୍କ ହାତରେ। କାରଣ ଏଠି କୌଣସି ପୁରୁଷ ପୋଲିସଙ୍କୁ ଦାୟିତ୍ୱ ଦିଆଯାଇନାହିଁ।
ଭାରତ ଇତିହାସରେ ପ୍ରଥମ: ଦେଖିବାକୁ ଗଲେ ପୂର୍ବରୁ ପ୍ରାୟତଃ ସମସ୍ତ କାର୍ଯ୍ୟକ୍ରମରେ ସେ ପ୍ରଧାନମନ୍ତ୍ରୀଙ୍କର ହେଉ କିମ୍ୱା ଅନ୍ୟ କୌଣସି ନେତା ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ। ସବୁଠି ମହିଳା ପୋଲିସଙ୍କ ସହ ପୁରୁଷ ପୋଲିସ ମଧ୍ୟ ସୁରକ୍ଷାରେ ନିୟୋଜିତ ଥାନ୍ତି।
ହେଲେ ଏହା ଭାରତ ଇତିହାସରେ ପ୍ରଥମ ଘଟଣା ଘଟିବାକୁ ଯାଉଛି, କି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ କୌଣସି ପୁରୁଷ ପୋଲିସଙ୍କୁ ନିୟୋଜିତ କରାଯାଇନାହିଁ। ବରଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବାକୁ ଥିବା IPS ଅଫିସରଙ୍କଠାରୁ କନଷ୍ଟେବଳ ଯାଏଁ ସମସ୍ତେ ମହିଳା। ଯାହା ଭାରତ ଇତିହାସରେ ପ୍ରଥମ ଘଟଣା।
ମହିଳା ବି କାହାଠାରୁ କମ୍ ନୁହଁନ୍ତି: ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୧ଶହରୁ ଅଧିକ କନଷ୍ଟେବଳ, ୧୮୭ ସବ-ଇନ୍ସପେକ୍ଟର, ୬୧ ଇନ୍ସପେକ୍ଟର, ୧୬ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ, ୫ ଏସପି, ଜଣେ ଆଇଜି ଓ ଜଣେ ଅତିରିକ୍ତ ଡିଜିପି ରାଙ୍କର ମହିଳା ଅଧିକାରୀ ରହିବେ।
ଏହି ପଦକ୍ଷେପ ମହିଳା ଦିବସରେ ବିଶ୍ୱକୁ ଏକ ଦୃଢ଼ ବାର୍ତ୍ତା ଦେବା ସହ ଗୁଜରାଟକୁ ଏକ ସୁରକ୍ଷିତ ରାଜ୍ୟ କରିବାରେ ମହିଳାମାନେ କିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି ତାହା ବି ଜଣାଇବ। ଆସନ୍ତକାଲି ମହିଳା ଦିବସ ଅବସରରେ ଗୁଜରାଟର ବଂଶୀ ବୋରସୀ ଗାଁରେ ଲକ୍ଷପତି ଦିଦି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।