fbpx

ପ୍ରଥମେ ବୋଲିଂ କରିବ ଭାରତ

କଟକ,୨୨ ।୧୨(ଓଡିଶା ଭାସ୍କର): ଆଉ କିଛି ସମୟରେ ପରେ କଟକ ବାରବରଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍ ଆରମ୍ଭ ହେବ । ଟସ୍ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି ଭାରତ । ସେହି ଅନୁସାରେ ପ୍ରଥମେ ବ୍ୟାଟିଂ କରିବ ୱେଷ୍ଟଇଣ୍ଡିଜ୍ । ଅପରାହ୍ନ ୧ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ । ଆଜି ପ୍ରଥମ ଦିନିକିଆ ଖେଳିବେ ନବଦୀପ ସାଇନି । ଦୀପକ ଚହରଙ୍କ ସ୍ଥାନରେ ଖେଳିବେ ନବଦୀପ ସାଇନି ।

ତେବେ ତିନି ମ୍ୟାଚର ଶୃଙ୍ଖଳା ଏବେ ୧-୧ରେ ଥିବାରୁ ନିର୍ଣ୍ଣାୟକ ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ମ୍ୟାଚ ପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏନେଇ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମଦ ପିଇ ଆସିଲେ ଷ୍ଟାଡ଼ିଅମରୁ ପୋଲିସ ବିଦା କରିବ ବୋଲି ସୂଚନା ମିଳିଛି । ଏହାସହ ପାଣି ବୋତଲ ଓ ଖାଦ୍ୟ ନେବା ପାଇଁ ଷ୍ଟାଡିୟମ ଭିତରକୁ ମନା କରାଯାଇଛି ।

Get real time updates directly on you device, subscribe now.