fbpx

ରିଲିଜ ହେଲା ପ୍ରଥମ ଲେସବିୟାନ୍  ଥ୍ରୀଲର ଚଳଚ୍ଚିତ୍ର ‘Dangerous’ ର ଟ୍ରେଲର

ମୁମ୍ବାଇ, ୧୩/୦୫: ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଭାରତର ପ୍ରଥମ ଲେସବିୟାନ୍  ପ୍ରେମ ଚଳଚ୍ଚିତ୍ର ‘Dangerous’’ର ଟ୍ରେଲର ରିଲିଜ୍ କରିଛନ୍ତି, ଯେଉଁଥିରେ ଓଡିଆ ଅଭିନେତ୍ରୀ ଆପସରା ରାନୀ ଅଭିନୟ କରିଛନ୍ତି।

ରାମ ଗୋପାଳ ବର୍ମା କହିଛନ୍ତି, “ ଫିଲ୍ମ  ‘Dangerous’ ୨ ଜଣ ମହିଳାଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ଯେଉଁମାନେ ପୁରୁଷଙ୍କ ଦ୍ୱାରା ପ୍ରତାଡିତ ହୋଇଛନ୍ତି ଏବଂ ପରସ୍ପରକୁ ଭଲ ପାଇଛନ୍ତି ଏବଂ ସେମାନଙ୍କର ଏହି ଭଲପାଇବା ସେମାନଙ୍କୁ କିଭଳି  ଅପରାଧୀ ବନେଇଦେଇଛି ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ ।” ‘Dangerous’ ଅଭିନେତ୍ରୀ ନୈନା ଗାଙ୍ଗୁଲି ଏବଂ ଅପସାରା ରାନି ଦୁଇ ତାରକା ଚଳଚ୍ଚିତ୍ରରେ ପରସ୍ପର ପାଇଁ ଜୀବନ ଦେବା ଏଭଳିକି ମରିବାକୁ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ରାମ ଗୋପାଲ ବର୍ମା ସୋମବାର ଟ୍ୱିଟରରେ ତାଙ୍କର ଓଟିଟି ପ୍ଲାଟଫର୍ମ ‘ସ୍ପାର୍କ ଓଟିଟି’ ର ଲଞ୍ଚ ଘୋଷଣା କରିଛି। ସେ ତାଙ୍କ ଚଳଚ୍ଚିତ୍ର “ଡି କମ୍ପାନୀ” ସହିତ ଡିଜିଟାଲ୍ ସ୍ପେସରେ ପ୍ରବେଶ କରିବାକୁ ଯାଉଛନ୍ତି ।

Get real time updates directly on you device, subscribe now.