fbpx

ଇତିହାସରେ ପ୍ରଥମ: ମହାକାଶରେ ଶୁଟିଂ ହେବ ଫିଚର୍ ଫିଲ୍ମ, ମହାକାଶକୁ କରିବେ ୧୨ ଦିନିଆ ଯାତ୍ରା

Advertisement

ନୂଆଦିଲ୍ଲୀ: ଇତିହାସରେ ପ୍ରଥମ ଥର ପାଇଁ ମହାକାଶରେ ଶୁଟିଂ ହେବ ଫିଚର୍ ଫିଲ୍ମ। ରୁଷ୍ର ଚଳଚ୍ଚିତ୍ର ନିର୍ମାତା ମହାକାଶରେ ପ୍ରଥମ ଚଳଚ୍ଚିତ୍ର ସୁଟିଂ ପାଇଁ ପ୍ରୟାସ କରିବାକୁ ଯାଉଛନ୍ତି। ମଙ୍ଗଳବାର ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ପାଇଁ ଧାର୍ୟ୍ୟ ହୋଇଥିବା ତିନି ଜଣିଆ କ୍ରୁ ସଦସ୍ୟରେ ଜଣେ ଅଭିନେତା ଏବଂ ନିର୍ଦ୍ଦେଶକ ଅଛନ୍ତି ଯିଏ ମହାକାଶରେ ପ୍ରଥମ ଫିଚର ଫିଲ୍ମର ସୁଟିଂ କରିବେ।

ଏଥିରେ ରୁଷୀୟ ଅଭିନେତା ୟୁଲିଆ ପେରେସିଲ୍ଡ (୩୭) ଏହି ପ୍ରଥମ ଫିଚର ଫିଲ୍ମରେ ଅଭିନୟ କରିବାକୁ ମନୋନୀତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେବେ କ୍ଲିମ୍ ଶିପେଙ୍କୋ(୩୮)। ଭେଟେରାନ୍ ମହାକାଶଚାରୀ ଆଣ୍ଟୋନ୍ ସୋୟୁଜ୍ ରକେଟ୍ ଉତକ୍ଷେପଣର ନିର୍ଦ୍ଦେଶନା ଦେବେ ବୋଲି ସୂଚନା ମିଳିଛି। ଏଥିପାଇଁ ନାସା ଓ ସ୍ପେସ୍ ଏକ୍ସ ସହିତ ମିଳିତ ଭାବରେ କାମ ଆରମ୍ଭ କରାଯାଇଛି । ଏଥିପାଇଁ ସେମାନେ ମହାକାଶକୁ Soyuz MS-19 spaceship ରେ ୧୨ ଦିନିଆ ଯାତ୍ରା କରିବେ ।

Get real time updates directly on you device, subscribe now.