fbpx

ଦେଶର ପ୍ରଥମ ପରମାଣୁ ମିସାଇଲ୍ ଟ୍ରାକିଂ ଜାହାଜ INS ‘ଧ୍ରୁବ’ ଆଜି ହେବ ଲଞ୍ଚ, ଶତ୍ରୁଙ୍କ ପ୍ରତିଟି ଚାଲ୍ ଉପରେ ରଖିବ ନଜର

ନୂଆଦିଲ୍ଲୀ: ଭାରତ ଆଜି ଏପରି ଏକ ଅସ୍ତ୍ର ପାଇବାକୁ ଯାଉଛି ଯାହାଦ୍ୱାରା ସମୁଦ୍ରରେ ଭାରତର ଶକ୍ତି ଆହୁରି ବୃଦ୍ଧି ପାଇବ। ଶତ୍ରୁଙ୍କ ପରମାଣୁ କ୍ଷେପଣାସ୍ତ୍ର ଉପରେ ନଜର ରଖିବା ପାଇଁ ଭାରତର ପ୍ରଥମ ଟ୍ରାକ୍ କରିପାରୁଥିବା ଜାହାଜ ଆଇଏନଏସ୍ ‘ଧ୍ରୁବ’ ଆଜି ଲଞ୍ଚ ହେବାକୁ ଯାଉଛି। ଏହା ହେଉଛି ପ୍ରଥମ ଭାରତୀୟ ଜାହାଜ ଯାହା ପରମାଣୁ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଟ୍ରାକ୍ କରିପାରିବ । ଏହା ପରେ ଭାରତୀୟ ନୌସେନା ସମୁଦ୍ରରେ ଶତ୍ରୁ ରାଷ୍ଟ୍ର ଉପରେ ନଜର ରଖଇ ପାରିବ ଓ ସେମାନଙ୍କ ଯୋଜନାକୁ ପଣ୍ଡ କରିପାରିବ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ଏହାକୁ ବିଶାଖାପାଟଣରେ ଲଞ୍ଚ କରିବାକୁ ଯାଉଛନ୍ତି। ଏହି ସମୟ ମଧ୍ୟରେ ଭାରତୀୟ ନୌସେନା, ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଜାତୀୟ ବୈଷୟିକ ଅନୁସନ୍ଧାନ ସଂଗଠନ (ଏନଟିଆରଓ) ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ।

୧୦ ହଜାର ଟନ୍ ର ଏହି ଟ୍ରାକିଂ ଜାହାଜ ଭାରତରେ ଭବିଷ୍ୟତର ଆଣ୍ଟି-ବାଲିଷ୍ଟିକ୍ ମିସାଇଲ୍ କ୍ଷମତାର କେନ୍ଦ୍ରରେ ରହିବ । କାରଣ ଭାରତୀୟ ସହର ଓ ସେନା ପ୍ରତିଷ୍ଠାନ ମାନଙ୍କରୁ ଆସୁଥିବା ଶତ୍ରୁଙ୍କ ମିସାଇଲ୍ ପାଇଁ ଏହା ଏକ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ରୂପରେ କାର୍ଯ୍ୟ କରିବ ଏବଂ ଏହାର ଆକ୍ରମଣକୁ ଫେଲ୍ କରିବାର କ୍ଷମତା ବି ରଖେ ।

କେବଳ ଏତିକି ନୁହେଁ ଏହି ଜାହାଜ ଭାରତ ମହାସାଗରରେ ସାମୁଦ୍ରିକ ପ୍ରତିରକ୍ଷା ସର୍କଲକୁ ମଜବୁତ କରିବ ଏବଂ ଶତ୍ରୁମାନଙ୍କଠାରୁ ସତର୍କ ରହିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଏପରି ଏକ ସମୟରେ ଆସିଛି ଯେଉଁ ସମୟରେ କି ସମଗ୍ର ବିଶ୍ୱରେ ଅଣ୍ଡର ୱାଟର ସଶସ୍ତ୍ର ତଥା ସିସିଟିଭି ଡ୍ରୋନର ଯୁଗ ଆରମ୍ଭ ହୋଇଛି।

Get real time updates directly on you device, subscribe now.