fbpx
BJD SKY
BJD SKY

ବଳରାମ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଉପକୃତ ହେବେ ୩ଲକ୍ଷ ଚାଷୀ

BJD

ଭୁବନେଶ୍ୱର, ୩ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଚାଷୀଙ୍କ ପାଇଁ କାଳିଆ ପରେ ଆସିଲା ବଳରାମ ଯୋଜନା । ବଳରାମ ଯୋଜନାକୁ ନେଇ ଆଜି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩ଲକ୍ଷ ଚାଷୀ ଉପକୃତ ହେବେ । ଭୂମିହୀନ ଚାଷୀଙ୍କୁ ୫ଜଣିଆ ଗ୍ରୁପ କରାଯିବ ବୋଲି ଗର୍ଗ କହିଛନ୍ତି ।ଏହାସହ ବଳରାମ ଯୋଜନାକୁ ନାବାର୍ଡ଼ ସହ ସଂଯୋଗ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଭୂମୀହିନ ଚାଷୀଙ୍କ ପାଇଁ ବଳରାମ ଯୋଜନାକୁ ନେଇ ନିଷ୍ପତ୍ତି ନିଆଯାଇଥିଲା । ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ଋଣ ଯୋଗାଇ ଦିଆଯିବ । ଏହି ଯୋଜନାରେ ପ୍ରାୟ ୧୦୪୦ କୋଟି ଟଙ୍କାର ଋଣ ଯୋଗାଇ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଜଏଣ୍ଟ ଲିଆବିଲିଟି ଗ୍ରୁପ ମାଧ୍ୟମରେ ଋଣ ଯୋଗାଣ କରାଯିବ । ପ୍ରାୟ ୭ଲକ୍ଷ ଚାଷୀ ଏହି ଯୋଜନାରେ ଉପକୃତ ହେବେ ।

Get real time updates directly on you device, subscribe now.