fbpx
BSKY
BJD MC SKY
BJD YOUTH SKY

ଦେଶର ପ୍ରଥମ ରିଙ୍ଗ ମେଟ୍ରୋ ଲାଇନ୍ ; ୭୧.୧୫ କିମି ସିଙ୍ଗଲ କରିଡର , ୮ଟି ନୂଆ ଷ୍ଟେସନ

ନୂଆଦିଲ୍ଲୀ : ଦେଶର ପ୍ରଥମ ରିଙ୍ଗ ମେଟ୍ରୋ ଲାଇନ୍ ୨୦୨୪ରେ ଆରମ୍ଭ ହେବ । ଏହା ପ୍ରଥମ ରିଙ୍ଗ ମେଟ୍ରୋ ହେବା ସଙ୍ଗେସଙ୍ଗେ ଦେଶର ସବୁଠୁ ଅଧିକ ଲମ୍ବା ବିଶିଷ୍ଟ ସିଙ୍ଗଲ କରିଡର ମଧ୍ୟ ହେବ । ଏହା ଦ୍ୱାରା ଯାତ୍ରୀମାନେ ଅଧିକମାତ୍ରାରେ ଉପକୃତ ହେବେ । ରିଙ୍ଗ ମେଟ୍ରୋ କାର୍ଯ୍ୟ ଆରମ୍ଭରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଛି ।

ମେଟ୍ରୋ ଫେଜ-୪ ରେ ୧୨.୫୫ କିମି ଲମ୍ବା ବିଶିଷ୍ଟ ମଜଲିସ ପାର୍କ ରୁ ମୌଜପୁର କରିଡର କରିଡର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହା ରିଙ୍ଗ ମେଟ୍ରୋରେ ପରିଣତ ହେବ । ଏହା ସହିତ ପୂର୍ବ, ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଦିଲ୍ଲୀ ସହିତ ନେଟୱାର୍କ ସିଧାସଳଖ ଭାବରେ ଯୋଡି ହେବ ।
ସୂଚନାଯୋଗ୍ୟ, ରିଙ୍ଗ ମେଟ୍ରୋର କାମ ବିଳମ୍ବରେ ଚାଲିଛି । ସର୍ବପ୍ରଥମେ ମଜଲିସ୍ ପାର୍କର ମୌଜପୁର ପର୍ୟ୍ୟନ୍ତ ଫେଜ-୪ର ୩ଟି କରିଡରରେ ଖୋଲାଯିବ । ଏହି କାର୍ୟ୍ୟ ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୧୫ ମାସ ବିଳମ୍ବରେ ଶେଷ ହେବ । ଏହି କରିଡରର କାର୍ୟ୍ୟ ୨୦୨୩ ରେ ସେପ୍ଟେମ୍ବର ସୁଦ୍ଧା ଶେଷ ହେବାକୁ ଥିବା ବେଳେ କାର୍ଯ୍ୟରେ ବିଳମ୍ବ ହେତୁ ଏହା ୨୦୨୪ ରେ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି । ମେଟ୍ରୋ ଫେଜ-୪ ଅଧୀନରେ ୬୫.୧୦ କିମି ଲମ୍ବା ବିଶିଷ୍ଟ ୩ଟି କରିଡର ନିର୍ମାଣ କରାଯାଉଛି । ଅନ୍ୟପକ୍ଷରେ ଗଛ କାଟିବା ପାଇଁ ଅନୁମତି ବିଳମ୍ବରେ ମିଳିବା ହେତୁ ରିଙ୍ଗ ମେଟ୍ରୋ ଲାଇନ୍ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ଜଣାପଡିଛି ।

ଏଥିପାଇଁ ୮ଟି ମେଟ୍ରୋ ଷ୍ଟେସନ ନିର୍ମାଣ କରାଯିବ । ଭଜନପୁରରୁ ଯମୁନା ବିହାର ଦୁଇଟି ମେଟ୍ରୋ ଷ୍ଟେସନ ମଧ୍ୟରେ ଏକ ଫ୍ଲାଏ ଓଭର ନିର୍ମାଣ କରାଯିବ। ଅର୍ଥାତ୍ ଯାନବାହାନ ଚଳାଚଳ ପାଇଁ ରାସ୍ତା ତଳ ଭାଗରେ ରହିବ । ଏହା ଉପରେ ଫ୍ଲାଏ ଓଭର ଏବଂ ତାହା ଉପରେ ମେଟ୍ରୋ ଚାଲିବ । ଏହି ଫ୍ଲାଏ ଓଭର ଲମ୍ବା ୧.୪ କିମି ରହିବ ।

Get real time updates directly on you device, subscribe now.