fbpx
BSKY
BJD MC SKY
BJD YOUTH SKY

ବିବାହ ମଣ୍ଡପରୁ ସିଧା ପରୀକ୍ଷା ହଲ୍

ନୂଆଦିଲ୍ଲୀ : ବିବାହ ପରେ କନ୍ୟାକୁ ନେଇ ସିଧା ଘରକୁ ଯାଏ ବର । କିନ୍ତୁ ଧର୍ମନଗରୀ ହରିଦ୍ୱାରରେ କିଛି ଅଲଗା ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଛି । ବିବାହ ସରିଲା, ହେଲେ ଘରକୁ ଯିବା ପରିବର୍ତ୍ତେ ବର ପରୀକ୍ଷା ହଲରେ ପହଞ୍ଚିଲା । ଆଉ ପରୀକ୍ଷା ହଲ୍ ବାହାରେ ନବବିବାହିତା କନ୍ୟା ଅପେକ୍ଷା କରଥିଲା । ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ହୋଇଛି ।

ପରିକ୍ଷା ସାରି ବର ବାହାରକୁ ଆସିବା ପରେ ଉଭୟ ବର ଓ କନ୍ୟାଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଥିଲା । କାରଣ ସେ ଯାହାକୁ ଜୀବନସାଥୀ ରୂପେ ବାଛିଛନ୍ତି ସେ ଭବିଷ୍ୟତକୁ ନେଇ ଯତ୍ନବାନ୍ ଅଛନ୍ତି ।

ହରିଦ୍ୱାରା ଶ୍ୟାମପୁର କାଙ୍ଗଡି ଗଜିବାଲା ନିବାସୀ ତୁଳସୀ ପ୍ରସାଦ ହରିୟାଣାର ହିସାରରେ ବିବାହ କରିଥିଲେ । ବିବାହ ଦିନ ତାଙ୍କର ଏଲଏଲବି ପରୀକ୍ଷା ଥିଲା । ତେଣୁ ସେ ତୁରନ୍ତ ବିବାହ ସାରି ଘରକୁ ନ ଯାଇ ସିଧା ପହଞ୍ଚିଥିଲେ ପରୀକ୍ଷା କେନ୍ଦ୍ରରେ । ବିବାହ ପୋଷାକରେ ପରୀକ୍ଷା ଦେବା ତାଙ୍କୁ ଅଜବ ଲାଗିଥିଲ ସତ କିନ୍ତୁ ଉପାୟ କିଛି ନଥିଲା, ପରୀକ୍ଷା ଦେବା ତାଙ୍କ ପାଇଁ ଅଧିକ ଜରୁରୀ ଥିଲା । ଏଥିପାଇଁ ସେ ପୂର୍ବରୁ ଅନୁମତି ନେଇଥିଲେ । ଏଲଏଲବି ୫ ସେମିଷ୍ଟରର ପେପର ଥିଲା । ଯଦି ସେ ପରୀକ୍ଷା ଦେଇନଥାନ୍ତେ ତେବେ ତାଙ୍କର ଗୋଟିଏ ବର୍ଷ ପୂରା ନଷ୍ଟ ହୋଇଥାନ୍ତା ବୋଲି କଲେଜ ଅଧ୍ୟାପକ କହିଛନ୍ତି ।

Get real time updates directly on you device, subscribe now.