fbpx
BJD
BJD SKY
BJD SKY

କିଭରେ ପ୍ରବେଶ କଲେ ଋଷ ସେନାବାହୀନି: ରାଜରାସ୍ତାରେ ଯବାନ ଖେଳୁଛନ୍ତି ରକ୍ତର ହୋଲି

BJD

ନୂଆଦିଲ୍ଲୀ: ସମଗ୍ର ବିଶ୍ବ ନୀରବଦ୍ରଷ୍ଟା ସାଜି ୟୁକ୍ରେନ ଉପରେ ଆକ୍ରମଣକୁ ଦେଖୁଥିବା ବେଳେ ୟୁକ୍ରେନର ରାଜଧାନୀରେ ପ୍ରବେଶ କରିଛି ଋଷିଆ । ଋଷିଆର ସୈନ୍ୟବାହିନୀ କିଭରେ ପ୍ରବେଶ କରିଥିବା ବେଳେ ରାଜଧାନୀର ରାଜରାସ୍ତାରେ ଖେଳିଛନ୍ତି ରକ୍ତର ହୋଲି । ସାଧାରଣ ଜନତା ମଧ୍ୟ ଋଷ ସୈନ୍ୟଙ୍କ ବର୍ବରତାରୁ ବଞ୍ଚି ପାରି ନାହାନ୍ତି । ଏକ ଦୁଇ ମହଲା କୋଠାରେ ୟୁକ୍ରେନ ସୈନ୍ୟ ମାନେ ରହିଥିବା ବେଳେ ଋଷ ସୈନ୍ୟ ମାନେ ଆକ୍ରମଣ କରିଥିଲେ । ନିକଟରେ ରାସ୍ତାରେ ଯାଉଥିବା ସାଧାରଣ ଲୋକ ଏହି ଆକ୍ରମଣର ଶିକାର ହୋଇଥିଲେ । ଜଣେ ସାଧାରଣ ଲୋକ ଗୁରୁତର ଆହତ ଅବସ୍ଥାରେ ପଡି ରହିଥିବା ବେଳେ ଏକ ସିଭିଲିଆନ କାର ବିସ୍ଫୋରଣରେ ଏକାଧିକ ମୃତ୍ୟୁ ଘଟିଥିଲା ।

ଋଷିଆନ ମିଲିଟାରୀ ଫୋର୍ସର ଏକ ଶକ୍ତିଶାଳୀ ଦଳ ଏହି ଆକ୍ରମଣର ନେତୃତ୍ୱ ନେଇଥିବା ବେଳେ ପାଦଚଲା ରାସ୍ତାରୁ ଭୟରେ ଦୌଡିଥିଲେ ସାଧାରଣ ଲୋକ । ୟୁକ୍ରେନର ରାଜଧାନୀ କିଭରେ ପ୍ରଥମ ଥର ପାଇଁ ଯୁଦ୍ଧର ବୀଭିଷିକା ଦେଖିବାକୁ ମିଳିଛି । ଏହାକୁ ନେଇ ସମଗ୍ର ସହର ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛି । କାର ବିସ୍ଫୋରଣ ହେବା ପରେ ଅନ୍ୟାନ୍ୟ ଆଡୁ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହାପରେ ଦୁଇଟି ଇନଫାଣ୍ଟ୍ରି ଗାଡିରେ ପ୍ୟାଟ୍ରୋଲିଂ କରାଯାଇଥିଲା ।

ଶୁକ୍ରବାର ସକାଳୁ ଏହି ଗୁଳିକାଣ୍ଡ ଶବ୍ଦ ଶୁଣି ସେ ନିଜ ବାଲ୍କୋନୀକୁ ଆସିବା ପରେ ଦୁଇ ଜଣ ଋଷ ସୈନ୍ୟଙ୍କ ମୃତ ଦେହ ଦେଖିଥିବା ପ୍ରକାଶ କରିଥିଲେ । ଏକ ଟ୍ୟାଙ୍କ ଦ୍ୱାରା ସିଭିଲିଆନ କାରକୁ ଦଳି ଦିଆଯାଇଥିଲା । ଏପରିକି ଏହା କୌଣସି ଦୁର୍ଘଟଣା ନଥିଲା ବରଂ ନିଜର ମଜା ପାଇଁ ଏଭଳି କରାଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ଜଣଙ୍କ କହିଛନ୍ତି । ଅପରପକ୍ଷରେ ମିଳିଥିବା ଅପଡେଟ୍ ଅନୁଯାୟୀ ଋଷର ସେନାବାହିନୀ ବର୍ତ୍ତମାନ କିଭରୁ ମାତ୍ର ୧୦ କିମି ଦୂରରେ ରହିଛନ୍ତି ।

Get real time updates directly on you device, subscribe now.