fbpx
BSKY
BJD MC SKY
BJD YOUTH SKY

ଇତିହାସରେ ପ୍ରଥମ ଘଟଣା: ଜନ୍ମନେଲା ବିଶ୍ୱର ପ୍ରଥମ Super Baby, ଶିଶୁକୁ କୌଣସି ପ୍ରକାରର ଜେନେଟିକ୍ ବୀମାରୀ ଛୁଇଁ ପାରିବ ନାହିଁ

ନୂଆଦିଲ୍ଲୀ: ଦିନକୁ ଦିନ ବିଜ୍ଞାନ ଅଗ୍ରଗତି କରିବା ସହିତ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ହାସଲ କରିବାରେ ସଫଳ ହେଉଛନ୍ତି । ତେବେ ଏହା ମଧ୍ୟରେ ମେଡିକାଲ ସାଇନ୍ସ ଏକ ବଡ଼ ସଫଳତା ହାସଲ କରିଛି । ଇତିହାସରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଏକ ବଡ଼ ଘଟଣା । ବିଶ୍ୱର ପ୍ରଥମ ସୁପର ବେବି ଜନ୍ମଲାଭ କରିଛି । ସବୁଠାରୁ ବଡ଼ କଥା ହେଉଛି ଏହି ଏହି ଛୁଆକୁ କୌଣସି ପ୍ରକାରର ଜେନେଟିକ୍ ବୀମାରୀ ଛୁଇଁପାରିବ ନାହିଁ ।

ତଥ୍ୟ ମୁତାବକ, ଏହି ଛୁଆଠରେ କେବଳ ପିତାମାତାଙ୍କ ଡିଏନ ନାହିଁ, ତିନିଜଣ ବ୍ୟକ୍ତିଙ୍କ ଡିଏନଏର ସମ୍ମିଶ୍ରଣରେ ଏହି ଶିଶୁକୁ ପ୍ରସ୍ତୁତ କରାଯାଇଛି । ବିଶ୍ୱର ଏହି ସୁପରକିଡ ଇଂଲଣ୍ଡରେ ଜନ୍ମଲାଭ କରିଛି । ତେବେ ସବୁଠାରୁ ଖାସ୍ କଥା ହେଉଛି, ଇନ୍ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ) ଟେକନିକର ପ୍ରୟୋଗ କରାଯାଇ ଏହି ସଫଳତା ହାସଲ କରାଯାଇଛି । ଏହି ଶିଶୁକୁ କୌଣସି ପ୍ରକାରର ଜେନେଟିକ୍ ବିମାରୀ ଛୁଇଁପାରିବ ନାହିଁ ।

ଯେଉଁ ଟେକନିକ ମାଧ୍ୟମରେ ଏହି ଶିଶୁକୁ ତିଆରି କରାଯାଇଛି ତାହାକୁ ‘ମାଇଟ୍ରୋକନଫିଡେନ୍ସିଆଲ ଡୋନେସନ ଟ୍ରିଟମେଣ୍ଟ (ଏମଡିଟି) କୁହାଯାଉଛି । ଶିଶୁକୁ ସୃଷ୍ଟି କରିବା ପାଇଁ ଜଣେ ସୁସ୍ଥ ମହିଳାଙ୍କ ଅଣ୍ଡାରୁ ଟିସୁ ନେଇ ଆଭିଏଫ ଭ୍ରୁଣ ପ୍ରସ୍ତୁତ କରାଯାଇଥିଲା । ଏହି ଭ୍ରୁଣ ଯେଉଁ ଗର୍ଭରେ ବଢ଼ିଥିଲା, ସେହି ମହିଳାଙ୍କ ଜେନେଟିକ ବୀମାରୀରେ ସେ ସୁରକ୍ଷିତ ରହିଥିଲା । ଅର୍ଥାତ ମାଆ ଶରୀରରେ ଥିବା କୌଣସି ରୋଗର ପ୍ରଭାବ ଶିଶୁଠାରେ ପଡ଼ିବ ନାହିଁ କି ନୂଆ ରୋଗ ଦେଖା ଦେବନି ।

ବାସ୍ତବରେ ଏହି ଶିଶୁଟି ହେଉଛି ଏକ ଥି-ପ୍ୟାରେଣ୍ଟ ବେବି । ଏହି ଭ୍ରୁଣରେ ବାୟୋଲୋଜିକାଲ ମାତା-ପିତାଙ୍କ ସ୍ପର୍ଶ ଓ ଅଣ୍ଡାକୁ ମିଟୋଚୋଣ୍ଡ୍ରିଆ ସହିତ ମିଶାଯାଇଥିଲା । ମିଟୋଚୋଣ୍ଡ୍ରିଆକୁ ଯେ କୌଣସି କୋଷିକାର ପାୱାର ହାଉସ କୁହାଯାଉଥିବା ବେଳେ ଏହି ଶିଶୁର ଶରୀରରେ ପିତାମାଙ୍କ ଡିଏନଏ ବ୍ୟତୀତ ତୃତୀୟ ମହିଳା ଡୋନରଙ୍କ ଜେନେଟିକ ମ୍ୟଟେରିଆଲରେ ୩୭ଟି ଜିନ୍ ସାମିଲ ରହିଛି । ତେବେ ବର୍ତ୍ତମାନ ଏହି ଶିଶୁର ଶରୀରରେ ୯୯.୮ ପ୍ରତିଶତ ଡିଏନଏ ତା’ର ପିତାମାତାଙ୍କର ରହିଛି । ଗତ ୨୦୧୫ରେ ଇଂଲଣ୍ଡର ସଂସଦ ଏମଡିଟି ଟେକନିକର ଶୁଭାରମ୍ଭ ନେଇ ଆଇନରେ ସଂଶୋଧନ କରିଥିଲା । ଦୁଇବର୍ଷ ପରେ ଏହି ଟେକନିକର ପ୍ରୟୋଗ ନେଇ ଏକ ସଂସ୍ଥାକୁ ପ୍ରଥମ ଥର ପାଇଁ ଲାଇସେନ୍ସ ମିଳିଥିଲା ।

Get real time updates directly on you device, subscribe now.