fbpx

ବଡ ଖବର! ୪ ବର୍ଷ ଭିତରେ ବନ୍ଦ ହେବ ଡିଜେଲ ଗାଡି, ମୋଦୀ ସରକାର ନେଇ ପାରନ୍ତି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ସାରା ଦେଶରେ ଡିଜେଲ କାର୍ ଚାଲୁଥିବା ବେଳେ ବର୍ତ୍ତମାନ ଇଲେକ୍ଟ୍ରିକ ଯାନର ଜମାନା ଆରମ୍ଭ ହୋଇଛି । ଦେଶରେ ଇଲେକ୍ଟ୍ରିକ ଯାନର ବ୍ୟବହାର ବୃଦ୍ଧି ହୋଇଛି । ତେଣୁ ସବୁଜ ପରିବେଶକୁ ଗୁରୁତ୍ୱ ଦେଇ ସରକାର ଡିଜେଲ ବାହନକୁ ବ୍ୟାନ ଲଗାଇବା ପାଇଁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି । ତେବେ ୧ ମିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଡିଜେଲ ଚାରି ଚକିଆ ଯାନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସରକାର ସୁପାରିଶକୁ ଏପର୍ଯ୍ୟନ୍ତ ଗ୍ରହଣ କରି ନାହାନ୍ତି ।

ଆସନ୍ତା ୪ ବର୍ଷ ଅର୍ଥାତ୍ ୨୦୭ ସୁଦ୍ଧା ଡିଜେଲ ଚାଳିତ ଯାନ ଉପରେ ରୋକ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି । ଏହାସହ ଇଲେକ୍ଟ୍ରିକ ଯାନ ଏବଂ ଗ୍ୟାସଚାଳିତ ଯାନକୁ ଗୁରୁତ୍ୱ ଦେବା ପାଇଁ ପ୍ରସ୍ତାବ ଦେଇଛି ଶକ୍ତି ପରିବର୍ତ୍ତନ ଉପରେ ଗଠିତ ସମିତି । ଏହାବ୍ୟତୀତ ପୂର୍ବ ପେଟ୍ରୋଲିୟମ ସଚିବ ତରୁଣ କପୁରଙ୍କ ଅଧ୍ୟକ୍ଷତାରେ ଗଠିତ ସମିତି ୨୦୩୫ ସୁଦ୍ଧା ପାରମ୍ପରିକ ଇଞ୍ଜିନ ସହିତ ମୋଟର ସାଇକେଲ, ସ୍କୁଟର ଏବଂ ୩ ଚକିଆ ଯାନକୁ ପର୍ଯ୍ୟାୟକ୍ରମେ ରୋକ ଲଗାଇବାକୁ ସୁପାରିଶ କରିଛନ୍ତି । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ମନ୍ତ୍ରଣାଳୟକୁ ଶକ୍ତି ପରିବର୍ତ୍ତନ ଉପରେ ଗଠିତ ସମିତିର ରିପୋର୍ଟ ମିଳିସାରିଛି । ତେବେ ଭାରତ ସରକାରଙ୍କ ସ୍ୱୀକାରକୁ ଅପେକ୍ଷା ରହିଛି । ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ।

ଗତ ଫେବୃଆରୀରେ ସରକାରଙ୍କୁ ଦିଆଯାଇଥିବା ଏହି ରିପୋର୍ଟରେ କୁହାଯାଇଛି ଯେ, ପ୍ରାୟ ୧୦ ବର୍ଷ ମଧ୍ୟରେ ସହରାଞ୍ଚଳରେ କୌଣସି ନୂଆ ଡିଜେଲ ବସ୍ ଚଳାଇ ପାରିବେନି । ପେଟ୍ରୋଲିୟମ ମନ୍ତ୍ରାଳୟ କହିଛନ୍ତି ଯେ, ଭାରତରେ ୨୦୭୦ ମସିହା ସୁଦ୍ଧା ନିର୍ଗମନ ଶୂନ୍ୟ ଦେଶ ଗଢି ତୋଳିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କମ୍ କାର୍ବନ ଥିବା ଇନ୍ଧନକୁ ଗ୍ରହଣ କରିବା ପାଇଁ ବ୍ୟାପକ ପ୍ରସ୍ତାବ ଦେଇଛି ଶକ୍ତି ପରିବର୍ତ୍ତନ ଉପରେ ଗଠିତ ସମିତି ।

Get real time updates directly on you device, subscribe now.