fbpx

ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ, ୧୮ ଜଣ ଆହତ

ନୂଆଦିଲ୍ଲୀ: ଦିନକୁ ଦିନକୁ ରାସ୍ତାଘାଟରେ ଦୁର୍ଘଟଣା ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଘଟି କିଛି ଲୋକ ଅକାଳରେ ମୃତ୍ୟୁବରଣ କରୁଥିବା ବେଳେ ଆଉ କିଛି ଆହତ ହେଉଛନ୍ତି । ତେବେ ଏହା ମଧ୍ୟରେ ଏକ ସଡ଼କ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଦୁର୍ଘଟଣାରେ ୧୮ ଜଣ ଲୋକ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ଖବର ଅନୁଯାୟୀ, ଝାଡ଼ଖଣ୍ଡର ଗୁମଲା ଜିଲ୍ଲା ବସିଆ ଅଞ୍ଚଳରୁ ଏଭଳି ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । କୁମହାରୀ ଛକ ନିକଟରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା । ଗୋଟିଏ ବାଇକ୍ ଓ ଅଟୋ ମଧ୍ୟରେ ଧକ୍କା ହୋଇ ଘଟଣାସ୍ଥଳରେ ୩ ଜଣଙ୍କର ପ୍ରାଣ ଚାଲିଯାଇଛି । ସେହିପରି ଦୁର୍ଘଟଣାରେ ୧୮ ଜଣ ଲୋକ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ୪ ଜଣଙ୍କର ଅବସ୍ଥା ଶୋଚନୀୟ ରହିଛି । ତେଣୁ ସେମାନଙ୍କୁ ଚିକିତ୍ସା ପାଇଁ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସକୁ ସ୍ଥାନାନ୍ତରିତ କରାଯାଇଛି ।

ଗୋଟିଏ ଅଟୋରେ ୧୮ରୁ ୧୯ ଜଣ ଲୋକ ଯାତ୍ରା କରୁଥିଲେ । ଅଟୋଟି କୁମହାରୀ ବଜାରରୁ କରଞ୍ଜ ଅଭିମୁଖେ ଯାତ୍ରା କରୁଥିଲା । ଅନ୍ୟପକ୍ଷରେ ତିନିଜଣ ଯୁବକ ଗୋଟିଏ ବାଇକରେ କରଞ୍ଜରୁ କୁମହାରୀ ଆଡ଼କୁ ଆସୁଥିଲେ । ଏହି ସମୟରେ ଦୁଇଟି ଯାକ ଗାଡ଼ି ମଧ୍ୟରେ ମୁହମୁହିଁ ଧକ୍କା ହୋଇଥିଲା । ବାଇକର ଗତି ଏତେ ଦ୍ରୁତ ଥିଲା ଯେ ଅଟୋଟି ରାସ୍ତାରେ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିବା ସହ ପରେ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖର ପରିସ୍ଥିତି ଦେଖାଦେଇଛି ।

Get real time updates directly on you device, subscribe now.