fbpx

ଜାଣି ରଖନ୍ତୁ… ଜନ୍ମ ହେବା ପରେ କାହିଁକି କାନ୍ଦିଥାନ୍ତି ଶିଶୁ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ଘରେ ଏକ ଶିଶୁର ଜନ୍ମ ସାରା ପରିବାରରେ ଖୁସି ଭରିଦିଏ । ପରିବାରର ସମସ୍ତ ସଦସ୍ୟ ଏବଂ ସମ୍ପର୍କୀୟଙ୍କ ମୁହଁରେ ହସ ଦେଖିବାକୁ ମିଳିଥାଏ । କିନ୍ତୁ ପୃଥିବୀକୁ ନୂଆ କରି ଆସିଥିବା ନବଜାତ ଶିଶୁ ଖୁବ ଜୋରରେ କାନ୍ଦିଥାଏ । ତେବେ ଆପଣ ଜାଣିଛନ୍ତି କି କାହିଁକି ନବଜାତ ଶିଶୁ କାନ୍ଦିଥାଏ ? ତେବେ ଏହାର କାରଣ ମଧ୍ୟ ଖୁବ ରୋମାଞ୍ଚକର ରହିଛି । ଯାହା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେଇପାରେ ।

ପିଲାଙ୍କ କାନ୍ଦ ବିଷୟରେ ଏକ୍ସପର୍ଟ କହିଛନ୍ତି ଯେ, ଯେବେ ଗୋଟିଏ ପିଲା ଜନ୍ମ ନେଇଥାଏ, ସେ ପ୍ରଥମେ ଅନୁଭବ କରି ନଥିବା ଏକ ନୂଆ ବାତାବରଣରେ ପ୍ରବେଶ କରିଥାଏ । ଏହାସହିତ ପିଲାର ଶରୀରର ସିଷ୍ଟମରେ ସକ୍ରିୟ କରିବା ପାଇଁ ଅକ୍ସିଜେନ୍, ପୋଷକ ତତ୍ତ୍ୱ୍ ଏବଂ ତାପମାତ୍ରାର ଆବଶ୍ୟକତା ରହିଥାଏ । କାନ୍ଦିବା ଏହି ଆବଶ୍ୟକତାକୁ ପ୍ରକଟ କରିବାର ଏକ ପଦ୍ଧତି ବୋଲି କହିଛନ୍ତି ଏକ୍ସପର୍ଟ । ସେହିପରି ଅନ୍ୟ ଜଣେ ଏକ୍ସପର୍ଟ କହିଛନ୍ତି ଯେ, ପିଲା ନୂଆ ବାତାବରଣରେ ଆସି ନୂଆ ଅନୁଭବ କରିବାକୁ ଲାଗିଥାନ୍ତି ଏବଂ ଏହାକୁ ବ୍ୟକ୍ତ କରିବାର ସବୁଠାରୁ ସାଧାରଣ ଉପାୟ ହେଉଛି କାନ୍ଦିବା । ପିଲା କାନ୍ଦିବା ଦ୍ୱାରା ନିଜ ଆବଶ୍ୟକତାକୁ ଜାହିର କରିବା ସହ ଅନ୍ୟ ବାତାବରଣ ଜନିତ ପ୍ରତିକ୍ରିୟାକୁ ମଧ୍ୟ ଦର୍ଶାଇଥାନ୍ତି । ଥଣ୍ଡା, ଗରମ, ଖୁସି, ଦୁଃଖ ତଥା ଭୋକ, କ୍ଳାନ୍ତ ଏବଂ ଅସନ୍ତୁଳନ ଏବଂ ଡର ଭଳି ଅନୁଭବକୁ ବ୍ୟାଖ୍ୟା କରିଥାଏ ନବଜାତ ଶିଶୁ ।

ତେବେ ଗୋଟିଏ ପିଲା ଦିନରେ ୨-୩ ଘଣ୍ଟା କାନ୍ଦିବା ଆବଶ୍ୟକ । ଅନେକ ଜାଗାରେ ପିଲାଙ୍କ କାନ୍ଦକୁ ଶୁଭ ବୋଲି କୁହାଯାଏ, କାରଣ ଏହା ଗୋଟିଏ ପିଲାର ଜୀବିନ୍ତ ଏବଂ ସୁସ୍ଥ ରହିବାକୁ ସ୍ପଷ୍ଟ କରିଥାଏ । ଏହାବ୍ୟତୀତ ଅନେକ ଥର ପିଲାମାନେ ଜ୍ୱର, ଯନ୍ତ୍ରଣା କିମ୍ବା ଅନ୍ୟ କାରଣ ଯୋଗୁଁ କାନ୍ଦିଥାନ୍ତି । ଯାହା ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ମାତାପିତାଙ୍କୁ ଆଲର୍ଟ କରାଇଥାଏ ।

ପିଲାମାନେ ଭୋକ କଲେ କାନ୍ଦିଥାନ୍ତି ଏବଂ କ୍ଷୀର ପିଇବା ପରେ ଚୁପ ହୋଇଯାଆନ୍ତି । ଜନ୍ମ ନେବାର ୩ ଦିନ ମାସ ପର୍ଯ୍ୟନ୍ତ ଶିଶୁକୁ ପ୍ରତି ଘଣ୍ଟା ଭୋକ ଲାଗିଥାଏ । ତେବେ ଏହି କଥାକୁ ପ୍ରକାଶ କରିବା ପାଇଁ ପିଲାମାନେ କ୍ଷୀଣ ସ୍ୱରରେ କାନ୍ଦିଥାନ୍ତି । ତେବେ ୬ ମାସର ହେବା ପରେ ଶିଶୁ ଆପେ ଆପେ ଶୋଇବା ଶିଖି ଯାଇଥାନ୍ତି । କିନ୍ତୁ ବେଳେ ବେଳେ ପିଲାମାନେ ପିତା-ମାତାଙ୍କ ବିନା ଶୋଇ ନଥାନ୍ତି ।

Get real time updates directly on you device, subscribe now.