fbpx

ଆର୍ଜେଣ୍ଟିନା ସରକାରଙ୍କ ଉପରେ ବଡ଼ ଅଭିଯୋଗ ଲଗାଇଲେ ପୋପ୍ ଫ୍ରାନ୍ସିସ୍, କହିଲେ- ‘ମୋ ମୁଣ୍ଡ କାଟିବାର ଯୋଜନା ଥିଲା’

ନୂଆଦିଲ୍ଲୀ: ପୋପ୍ ଫ୍ରାନ୍ସିସ୍ ଆର୍ଜେଣ୍ଟିନା ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ଯାହାକୁ ଶୁଣି ଲୋଲକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ପୋପ୍ ଫ୍ରାନ୍ସିସ୍ ଏକ ଚାଞ୍ଚଲ୍ୟକର ବୟାନରେ କହିଛନ୍ତି ଯେ, କିଛି ବର୍ଷ ପୁର୍ବେ ଯେତେବେଳେ ସେ ବୁଏନୋସ୍ ଆଇରେସର ଆର୍କବିଶପ୍ ଥିଲେ, ଆର୍ଜେଣ୍ଟିନା ସରକାର ମିଛ ଅଭିଯୋଗରେ ମୋ’ମୁଣ୍ଡ କାଟିବାକୁ’ ଚାହୁଁଥିଲେ । ସେ କହିଛନ୍ତି ଯେ ଆର୍ଜେଣ୍ଟିନା ସରକାର ତାଙ୍କୁ ୧୯୭୦ ଦଶକର ସାମରିକ ଏକଛତ୍ରବାଦୀ ଶାସନ ସହ ସହଯୋଗ କରିଥିବା ଅଭିଯୋଗ କରି ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ।

ହଙ୍ଗେରୀ ଗସ୍ତ ସମୟରେ ୨୯ ଏପ୍ରିଲରେ ଏକ ସାକ୍ଷାତକାରରେ ପୋପ୍ ଫ୍ରାନ୍ସିସ୍ ଏହି କଥା କହିଛନ୍ତି। ଏହି ସାକ୍ଷାତକାର ସମୟରେ ପୋପ୍ ଫ୍ରାନ୍ସିସ୍ ଙ୍କୁ ତାଙ୍କ ବିଷୟରେ ପଚାରିଥିଲେ। ଏହାର ଉତ୍ତରରେ ପୋପ କହିଥିଲେ କି ବାମପନ୍ଥୀ ଗରିଲାମାନଙ୍କୁ ସାହାଯ୍ୟ କରୁଥିବା ସନ୍ଦେହରେ ତାଙ୍କୁ ସେନା ଗିରଫ କରିଥିଲା। ସେହିପରି ୧୯୭୬ ରେ ଅନ୍ୟ ଜଣେ ଜେସୁଟ୍ ପୁରୋହିତ ଅର୍ଲାଣ୍ଡୋ ୟୋରିଓଙ୍କ ସହିତ ସେ ଗିରଫ ହୋଇଥିଲେ। ୨୦୦୦ ରେ ୟୋରିଓ ଏବଂ ୨୦୨୧ ରେ ଜେଲିକ୍ସଙ୍କର ମୃତ୍ୟୁ ହୋଇଥିଲା।

୨୦୧୩ ରେ ଯେତେବେଳେ ଫ୍ରାନ୍ସିସ୍ ପୋପ୍ ଭାବରେ ନିର୍ବାଚିତ ହୋଇଥିଲେ, ଜଣେ ଆର୍ଜେଣ୍ଟିନା ସାମ୍ବାଦିକ ଫ୍ରାନ୍ସିସଙ୍କ ଉପରେ ଦୁଇ ପୁରୋହିତଙ୍କୁ ପ୍ରତାରଣା କରିଥିବା ଅଭିଯୋଗ କରିଥିଲେ। ଫ୍ରାନ୍ସିସ୍ କହିଛନ୍ତି ଯେ ସେହି ସମୟରେ ପରିସ୍ଥିତି (ଏକଛତ୍ରବାଦୀ ଶାସନ ସମୟରେ) ପ୍ରକୃତରେ ବହୁତ ଦ୍ୱନ୍ଦ୍ୱପୂର୍ଣ୍ଣ ଏବଂ ଅନିଶ୍ଚିତ ଥିଲା।

ଫ୍ରାନ୍ସିସ୍ କହିଛନ୍ତି ଯେ ସରକାରଙ୍କ କିଛି ଲୋକ ‘ମୋ ମୁଣ୍ଡ କାଟିବାକୁ’ ଚାହୁଁଥିଲେ … (କିନ୍ତୁ) ଶେଷରେ ମୋର ନିର୍ଦ୍ଦୋଷତା ପ୍ରମାଣିତ ହେଲା। ମୁଁ ୨୦୧୦ ରେ ପୋପ୍ ହେବା ପୂର୍ବରୁ ତିନିଜଣ ବିଚାରପତିଙ୍କ ଏକ ପ୍ୟାନେଲ୍ ଏହି ମାମଲାର ଅନୁସନ୍ଧାନ କରିଥିଲେ। ହଙ୍ଗେରୀରେ ଜିସୁଇଟ୍ସଙ୍କ ସହ ହୋଇଥିବା ବାର୍ତ୍ତାଳାପରେ ଫ୍ରାନ୍ସିସ୍ କହିଛନ୍ତି ଯେ ସେ ପୋପ୍ ହେବା ପରେ ସେ ତିନିଜଣ ବିଚାରପତିଙ୍କ ସହ ସାକ୍ଷାତ କରିଥିଲେ ଯିଏ ତାଙ୍କୁ ୨୦୧୦ ରେ ପଚରାଉଚରା କରିଥିଲେ ଏବଂ ସେ ମୋତେ କହିଥିଲେ ଯେ ମୋତେ ଦୋଷୀ ସାବ୍ୟସ୍ତ କରିବାକୁ ସରକାରଙ୍କଠାରୁ ନିର୍ଦ୍ଦେଶ ଆସିଛି।

Get real time updates directly on you device, subscribe now.