fbpx

କେଉଁଥିରେ ତିଆରି ହୁଏ କ୍ୟାପସୁଲ କଭର? ଶରୀରକୁ ଗଲେ କ’ଣ ହୁଏ ଏହି ପ୍ଲାଷ୍ଟିକ?

ନୂଆଦିଲ୍ଲୀ: ଆପଣ କିମ୍ବା ଆପଣଙ୍କ ପରିବାରରେ କେହି ସଦସ୍ୟ ଯଦି ଅସୁସ୍ଥ ହୋଇଥାନ୍ତି, ତେବେ ଡାକ୍ତର ଆପଣଙ୍କୁ ବିଭିନ୍ନ ପ୍ରକାର ମେଡିସିନ ଦେଇଥାନ୍ତି । କିଛି ରୋଗୀଙ୍କୁ ଡାକ୍ତର କ୍ୟାପସୁଲ କିମ୍ବା ସିରପ୍ ଭଳି ଔଷଧକୁ ନେଇ ପ୍ରେସ୍କ୍ରାଇବ କରିଥାନ୍ତି । ତେବେ ଅନେକ କ୍ୟାପସୁଲକୁ ଦେଖିଲେ ଲାଗେ ଯେ ଏହାର କଭର ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଜାଣିଛନ୍ତି କି ପ୍ରକୃତରେ ଏହାର କଭର କେଉଁଥିରେ ତିଆରି ହୁଏ? ସେହିଭଳି ଆଉ ଏକ ପ୍ରଶ୍ନ ହେଉଛି, ଏହାର କଭର ଶରୀରକୁ ଯାଇ କ’ଣ ହୋଇଥାଏ? ତେବେ ଆସନ୍ତୁ ଜାଣିବା ଏହାର ଉତ୍ତର କ’ଣ…

କିଛି ବର୍ଷ ତଳେ ଲୋକସଭା ସଦସ୍ୟ ଏବଂ ବିଜେପି ନେତା ମେନକା ଗାନ୍ଧୀ କହିଥିଲେ ଯେ, କ୍ୟାପସୁଲ କଭର କେତେକ ସମ୍ପ୍ରଦାୟର ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଛି । ତେଣୁ ଏହାକୁ ଗଛଲତାର ଛାଲରେ ପ୍ରସ୍ତୁତ ହେବା ଆବଶ୍ୟକ । ଔଷଧରେ ବ୍ୟବହାର ହେଉଥିବା କଭର ବାୟୋଡିଗ୍ରେଡେବଲ ପ୍ଲାଷ୍ଟିକରୁ ପ୍ରସ୍ତୁତ ହୋଇଥାଏ । ଏହି କଭର ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ ଯଥା: କଠିନ ସେଲ୍ଡ ଏବଂ ନରମ ସେଲ୍ଡ ଭଳି । ତେବେ ଉଭୟ କ୍ୟାପସୁଲ କଭର ବାୟୋଡିଗ୍ରେଡେବଲ ମ୍ୟାଟେରିଆଲରୁ ପ୍ରସ୍ତୁତ କରାଯାଏ । କ୍ୟାପସୁଲର ଉଭୟ କଭର ପଶୁ କିମ୍ବା ଗଛଲତାର ପ୍ରୋଟିନ ଭଳି ତରଳ ସଲ୍ୟୁସନ୍ସରୁ ପ୍ରସ୍ତୁତ ହୋଇଥାଏ । ଏହାକୁ କୁକୁଡା, ମାଛ, ଘୁଷୁରୀ ଏବଂ ଭାଈ ଓ ଏହାର ପ୍ରଜାତିକୁ ବାକି ପଶୁର ହାଡ ତଥା ଚର୍ମକୁ ଫୁଟାଇ ବାହାର କରା ଯାଇଥାଏ ।

ତେବେ କ୍ୟାପସୁଲର କଭର ଜିଲେଟିନ ଏବଂ ସେଲ୍ୟୁଲୋଜରୁ ପ୍ରସ୍ତୁତ ହୋଇଥାଏ । ତେବେ ଏହି କଭର ଶରୀରକୁ ଯାଇ ମିଶି ଯାଇଥାଏ ଏବଂ ଔଷଧ ନିଜ କାମ ଆରମ୍ଭ କରିଥାଏ । କଭରରୁ ମିଳୁଥିବା ପ୍ରୋଟିନ ଆମ ଶରୀରକୁ ପୋଷଣ ଯୋଗାଇଥାଏ । ସେହିପରି ଅତିରିକ୍ତ ପ୍ରୋଟିନ ଶରୀରରୁ ବାହାରି ଯାଇଥାଏ । ଏହାଦ୍ୱାରା ଶରୀରକୁ କୌଣସି କ୍ଷତି ହୋଇ ନଥାଏ ।

Get real time updates directly on you device, subscribe now.