fbpx
BSKY SKY
BSKY SKY

ଦେଶରେ ପ୍ରଥମ ଥର ପାଇଁ ‘ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ’ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

BSKY

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ‘ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ’ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୩ ଅନ୍ତରାଷ୍ଟ୍ରୀୟଙ୍କ ସମେତ ମୋଟ ୨୩ ଜଣ ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନିତ କରିଛନ୍ତି । ଏଥିପାଇଁ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ପୁରସ୍କାର ଦେଶରେ ସକରାତ୍ମକ ପରିବର୍ତ୍ତନ ଆଣିବା ସହିତ ରଚନାତ୍ମକର ଉପଯୋଗ କରିବା ପାଇଁ ପ୍ରେରଣା ଯୋଗାଇବା ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂର୍ବରୁ କୁହାଯାଇଥିଲା । ଏହି ପୁରସ୍କାର ପ୍ରଦାନ ନେଇ ପ୍ରଧାନମନ୍ତ୍ରୀ ମଧ୍ୟ ବେଶ୍ ଉତ୍ସାହିତ ଥିବା ନେଇ ପୂର୍ବରୁ କହିଥିଲେ ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଅନେକ ଯୁବ ପ୍ରତିଭାଙ୍କୁ ‘ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ’ରେ ସମ୍ମାନିତ କରିଥିଲେ । ଏହି ଅବସରରେ ମୋଟିଭେସନାଲ ସ୍ପିକର ଜୟା କିଶୋରୀ ଓ ଲୋକଗାୟିକା ମୈଥିଲୀ ଠାକୁରଙ୍କୁ ସମ୍ମାନିତ କରାଯାଇଥିଲା । ମୋଟ ୨୦ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ପାଇଁ ୧.୫ ଲକ୍ଷରୁ ଅଧିକ ନୋମିନେସନ କରାଯାଇଥିବା ବେଳେ ପାଖାପାଖି ୧୦ ଭୋଟ ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.