fbpx

ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା-୨୦୨୪: ଗ୍ରୁପ-ବି ପଦ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)- ୨୦୨୪ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଗ୍ରୁପ-ବି ପଦରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯିବ । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ମହିଳା, ପିଡବ୍ଲ୍ୟୁଡି ଓ ଏକ୍ସ-ସର୍ଭିସମେନଙ୍କ ପାଇଁ ନିୟମ ଅନୁସାରେ ବୟସ କୋହଳ କରାଯିବ ।

କନିଷ୍ଠ ଯନ୍ତ୍ରୀ (ସିଭିଲ) ପାଇଁ ୩୬୫ଟି ପଦ ଖାଲି ରହିଥିବା ବେଳେ ସେଥିମଧ୍ୟରୁ ୧୨୨ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଇଞ୍ଜିନିୟର-ଇନ-ଚିଫ୍ (ଜନ ସ୍ୱାସ୍ଥ୍ୟ), ଓଡ଼ିଶା ଭୁବନେଶ୍ୱର ଅଧିନରେ ଏହି ନିଯୁକ୍ତି ଦିଆଯିବ । ସେହିପରି କଟକ ସ୍ଥିତ ମତ୍ସ୍ୟ ନିର୍ଦ୍ଦେଶାଳୟରେ ୧୫ ଜଣ କନିଷ୍ଠ ଯନ୍ତ୍ରୀ (ସିଭିଲ)ଙ୍କୁ ନିଯୁକ୍ତି ଦିଆଯିବ । ସେଥିମଧ୍ୟରୁ ୫ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ପଦ ପାଇଁ ପ୍ରାର୍ଥୀ ଓଡ଼ିଶା ବୈଷୟିକ ଶିକ୍ଷା ପରିଷଦ ଓ ଧନ୍ଦାମୂଳକ ଟ୍ରେନିଂ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଯେ କୌଣସି ଶିକ୍ଷାନୁଷ୍ଠାନରୁ ଡିପ୍ଲୋମା ଇଞ୍ଜିନିୟରିଂ ପାସ୍ କରିଥିବେ । ଏହି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ଆବେଦନ ପ୍ରକ୍ରିୟା ଓ ସମ୍ପୂର୍ଣ୍ଣ ନୋଟିଫିକେସନ ଖୁବଶୀଘ୍ର ଓଏସଏସସି ୱେବସାଇଟରେ ଜାରି କରାଯିବ ।

Get real time updates directly on you device, subscribe now.