fbpx
BJD SKY
BJD SKY

ଆମାଜନରେ AI ଖାଇଲା ଏତିକି ଲୋକଙ୍କ ଚାକିରୀ; ଆମେରିକା ସହ ଭାରତୀୟ ବି ପ୍ରଭାବିତ

BJD

ନୂଆଦିଲ୍ଲୀ:ଏକ ବିଂଶ ଶତାବ୍ଦୀରେ ବିଶ୍ୱକୁ ବିକାଶର ନୂଆ ସ୍ୱପ୍ନ ଦେଖାଇଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ କାରଣରୁ ବିଭିନ୍ନ କ୍ଷେତ୍ରରେ ଲୋକଙ୍କ ଚାକିରୀ ଚାଲିଯିବା ନେଇ ପୂର୍ବରୁ ଯେଉଁ ସନ୍ଦେହ ପ୍ରକାଶ ପାଇଥିଲା ତାହା ଏବେ ଧୀରେ ଧୀରେ ସତ ହେବାକୁ ଯାଉଛି । ଏବେ ବିଶ୍ୱସ୍ତରୀୟ କମ୍ପାନୀ ଆମାଜନର ଆଲେକ୍ସା ବିଭାଗରେ ଏଆଇ କାରଣରୁ ବହୁ ଲୋକଙ୍କ ଚାକିରି ଚାଲିଯାଇଛି । ଆମାଜନ୍ କମ୍ପାନୀ ନିଜେ ଏ ନେଇ ଘୋଷଣା କରିଛି ।

ଆମାଜନ ଏହାର ଲୋକପ୍ରିୟ ଭଏସ୍ ଆସିଷ୍ଟାଣ୍ଟ ଆଲେକ୍ସା ବିଭାଗରେ ବହୁ ଲୋକଙ୍କୁ ଛଟେଇ କରିଛି । କମ୍ପାନୀ ଏଆଇ ଉପରେ ଧ୍ୟାନ କେନ୍ଦ୍ରିତ କରି ଏପରି ପଦକ୍ଷେପ ନେଇଛି । ଆମାଜନର ଆଲେକ୍ସା ଓ ଫାୟାର ଟିଭିର ଉପାଧ୍ୟକ୍ଷ ଡାନିଏଲ୍ ରୋଶ ଶୁକ୍ରବାର ନିଜ କର୍ମଚାରୀଙ୍କୁ ଲେଖିଥିବା ଏକ ପତ୍ରରେ କହିଛନ୍ତି କମ୍ପାନୀ କିଛି ପଦ ସମାପ୍ତ କରିଦେବାକୁ ଯାଉଛି । କାରଣ ଆମେ ଲଗାତର ଆବିଷ୍କାର କରିବା ଜାରି ରଖିଛୁ । ତେଣୁ ଆମେ ଆମର କିଛି ପ୍ରୟାସକୁ ବ୍ୟବସାୟିକ ପ୍ରାଥମିକତା ସହ ଉତ୍ତମ ଢଙ୍ଗରେ ଯୋଡିବାକୁ ପ୍ରୟାସ ଆରମ୍ଭ କରିଦେଇଛୁ । ତେବେ ଡାନିଏଲ୍ କେତେ ସଂଖ୍ୟାରେ ଚାକିରୀ ସମାପ୍ତ କରାଯିବ ସେ ବିଷୟରେ କିଛି ସୂଚନା ଦେଇନାହାନ୍ତି ।

କମ୍ପାନୀ କିଛି ମାସ ମଧ୍ୟରେ ବହୁ ଏଆଇ ପ୍ରୋଜେକ୍ଟ ଆରମ୍ଭ କରିଦେଇଛି । ଗତ ସେପ୍ଟେମ୍ବରରେ ଆମାଜନ ଆଲେକ୍ସା ଲାଗି ଏକ ଅପଡେଟର ଅନାବରଣ କରିଛି ଯାହା ଏହାକୁ ଅଧିକ ଜେନେରେଟିକ୍ ଏଆଇ ସୁବିଧା ପ୍ରଦାନ କରୁଛି । ତେବେ ଶୁକ୍ରବାର ଘୋଷିତ ଚାକିରୀ ସମାପ୍ତ ପ୍ରକ୍ରିୟାର ପ୍ରଭାବ ଆମେରିକା, କାନାଡା, ଭାରତର କର୍ମଚାରୀଙ୍କ ଉପରେ ପଡିବ । ଏହା ପୂର୍ବରୁ ଆମାଜନ ଏହାର ଗେମିଂ ଓ ସଙ୍ଗୀତ ବିଭାଗରେ ଛଟେଇ କରିଥିଲା । କମ୍ପାନୀ ଗତ ବର୍ଷ ଶେଷ ଓ ଚଳିତ ବର୍ଷ ଆରମ୍ଭରେ ପ୍ରାୟ ୨୭,୦୦୦ କର୍ମଚାରୀଙ୍କୁ ହଟାଇ ଦେଇଛି ।

Get real time updates directly on you device, subscribe now.