fbpx
BJD SKY
BJD SKY

୬ଟି ବ୍ୟାଙ୍କର ବଡ଼ ଘୋଷଣା: ବର୍ଷିକିଆ FDରେ ଗ୍ରାହକଙ୍କୁ ମିଳିବ ୮ ପ୍ରତିଶତରୁ ଅଧିକ ସୁଧ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅର୍ଥ ସମସ୍ତ ପାଇଁ ନିହାତି ଆବଶ୍ୟକ । ଏଭଳି ସ୍ଥିତିରେ ଲୋକମାନେ ସେମାନଙ୍କର ଅର୍ଥକୁ ନିବେଶ କରିବା ପାଇଁ ଉତ୍ତମ ବିକଳ୍ପ ସନ୍ଧାନରେ ରହିଥାନ୍ତି । ସାଧାରଣ ଭାବେ ଲୋକମାନେ ଷ୍ଟକ ମାର୍କେଟ, ମ୍ୟୁଚୁଆଲ ଫଣ୍ଡ, ବ୍ୟାଙ୍କ ସ୍ଥାୟୀ ଜମା (ଏଫଡି) ଓ ରିକରିଂ ଡିପୋଜିଟ, ପୋଷ୍ଟାଲ ଏଫଡି, ଭାରତୀୟ ଜୀବନ ବୀମା (ଏଲଆଇସି) ଆଦି ବିଭିନ୍ନ ସ୍କିମରେ ନିବେଶ କରିଥାନ୍ତି ।

ତେବେ ଅନେକ ଲୋକ ଏଫଡିକୁ ନିବେଶର ଏକ ବଢ଼ିଆ ବିକଳ୍ପ ଭାବେ ଗ୍ରହଣ କରିଥାନ୍ତି । ତେବେ ଯଦି ଆପଣମାନେ ଏଫଡିରେ ନିବେଶ କରିବାକୁ ଇଚ୍ଛୁକ ତେବେ ଆପଣଙ୍କ ପାଇଁ ଆସିଛି ଏକ ବଢ଼ିଆ ସୁଯୋଗ । କିଛି ବ୍ୟାଙ୍କ କିଛି ଅବଧି ପାଇଁ ଏଫଡି ଉପରେ ୯ ପ୍ରତିଶତରୁ ଅଧିକ ସୁଧ ପ୍ରଦାନ କରିଥାନ୍ତି । ତେବେ ୬ଟି ବ୍ୟାଙ୍କରେ ଆପଣମାନେ ଏଫଡିରେ ନିବେଶ କରି ୮ ପ୍ରତିଶତରୁ ଅଧିକ ସୁଧ ପାଇ ପାରିବେ ।

୧- ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଏକ ବର୍ଷିଆ ଏଫଡି ଉପରେ ୮.୨୫ ପ୍ରତିଶତ ସୁଧ ମିଳୁଛି । ଏହା ଯେ କୌଣସି ବ୍ୟାଙ୍କ ତରଫରୁ ପ୍ରଦାନ କରାଯାଉଥିବା ସର୍ବାଧିକ ସୁଧ ହାର ।

୨- ଇକ୍ୱିଟାସ ସ୍ମଲ ଫାଇନାନ୍ସ ବ୍ୟାଙ୍କ ତରଫରୁ ଏକ ବର୍ଷିଆ ଏଫଡି ଉପରେ ୮.୨ ପ୍ରତିଶତ ସୁଧ ମିଳୁଛି । ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଙ୍କ ତରଫରୁ ଏହା ସର୍ବାଧିକ ସୁଧ ।

୩- ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଏଫଡି ଉପରେ ବାର୍ଷିକ ୮ ପ୍ରତିଶତ ସୁଧ ମିଳୁଛି ।

୪- ଫିନକେୟର ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଏକ ବର୍ଷିଆ ଏଫଡି ଉପରେ ୭.୬୫ ପ୍ରତିଶତ ସୁଧ ମିଳୁଛି । ସିନିୟର ସିଟିଜେନ୍ସଙ୍କ ପାଇଁ ଏହି ଏଫଡିରେ ଅଧିକ ସୁଧ ମିଳିବ ।

୫- ଇଣ୍ଡସଇଣ୍ଡ ବ୍ୟାଙ୍କ ଓ କ୍ୟାପିଟାଲ ସ୍ମଲ ଫାଇନାନ୍ସ ବ୍ୟାଙ୍କ ତରଫରୁ ଗ୍ରାକଙ୍କୁ ୭.୫ ପ୍ରତିଶତ ସୁଧ ମିଳୁଛି ।

Get real time updates directly on you device, subscribe now.