fbpx

ପୁରୀ ବେଳାଭୂମିରେ ୫୬ ଫୁଟ ଉଚ୍ଚତାର ବିଶ୍ୱକପ୍‌ ଆଙ୍କି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଓଡିଶା ଭାସ୍କର; ୧୯ ତାରିଖ ବା ଆସନ୍ତାକାଲି ବିଶ୍ୱକପ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ଅଷ୍ଟ୍ରେଲିଆ । ଭାରତର ସର୍ବବୃହତ୍ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ, ଅହମ୍ମଦାବାଦ ଠାରେ ଏହି ଐତିହାସିକ ମ୍ୟାଚ ଖେଳାଯିବ । ଯାହାକୁ ନେଇ ସାରା ଦେଶବାସୀ ଏବେ ଖୁବ ଉତ୍ସାହିତ ରହିଛନ୍ତି । ଭାରତୀୟ ଦଳର ବିଜୟ କାମନା କରିବା ସହ ସମସ୍ତେ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଓଡିଶାର ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବି ମଧ୍ୟ ନିଜ ବାଲୁକା କଳା ମାଧ୍ୟମରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଆଜି ପୁରୀ ବେଳାଭୂମିରେ ସେ ୫୬ ଫୁଟ ଉଚ୍ଚତାର ଏକ ବିଶ୍ୱକପ୍‌ ଆଙ୍କି ଭାରତର ବିଜୟ କାମନା କରିଛନ୍ତି । ଏଥିରେ ସେ ୫୦୦ ଷ୍ଟିଲ ବାସନ ସହ ୩୦୦ ବଲ ବ୍ୟବହାର କରିଛନ୍ତି। ଏହି ବାଲୁକା କଳାକୁ ଦେଖିବା ପାଇଁ ଅନେକ ଲୋକଙ୍କର ଭିଡ଼ ଲାଗିଥିଲା । ସମସ୍ତେ ଏହା ସହ ସେଲ୍ଫି ଉଠାଇ ଭାରତୀୟ ଦଳକୁ ନିଜ ନିଜ ତରଫରୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ଯୋଗ୍ୟ, ଦୀର୍ଘ ବର୍ଷର ବ୍ୟବଧାନ ପରେ ବିଶ୍ୱକପ ଫାଇନାଲ ମ୍ୟାଚରେ ବିଜୟ ଲାଭ କରିବାକୁ ଯାଉଛି ଭାରତ । କାରଣ ଚଳିତ ବିଶ୍ୱକପରେ ଭାରତୀୟ ଦଳ ଏକଦମ ଫର୍ମରେ ରହିଥିବା ବେଳେ ଏହା ଅଷ୍ଟ୍ରେଲିଆ ଉପରେ ଭାରି ପଡିପାରେ ବୋଲି କୁହାଯାଉଛି । ଆସନ୍ତାକାଲିର ଏହି ମ୍ୟାଚକୁ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ତେବେ ଫାଇନାଲ ଲଢେଇ ଭେଟାଭେଟି ପୂର୍ବରୁ ଉଭୟ ଦଳର ଖେଳାଳି ମାନେ ନିଜକୁ ପ୍ରସ୍ତୁତ କରିଛନ୍ତି ।

Get real time updates directly on you device, subscribe now.