ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇଣ୍ଡିଆନ୍ ଓମେନ୍ସ ଲିଗ୍ (ଆଡବ୍ଲ୍ୟୁଏଲ) ଫୁଟବଲ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛି ଓଡ଼ିଶା ଏଫସି । ଘରୋଇ କଳିଙ୍ଗ ଷ୍ଟାଡିୟମ ଗ୍ରାଉଣ୍ଡରେ ଓଡ଼ିଶା ଫୁଟବଲ କ୍ଲବ (ଓଏଫସି) ମହିଳା ଦଳ ଓ କିକ୍ ଷ୍ଟାର୍ଟ ଏଫସି ମଧ୍ୟରେ ମୁକାବିଲା ହୋଇଥିଲା । ରବିବାର ଦିନ ଅପରାହ୍ଣରେ ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଓଡ଼ିଶା ମହିଳା ଟିମ୍ ବିଜୟୀ ହୋଇଥିଲା ।
ଫାଇନାଲ ପୂର୍ବରୁ ଓଡ଼ିଶା ଏଫସି ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୮ ପଏଣ୍ଟ ହାସଲ କରିଥିବା ବେଳେ ଚାମ୍ପିୟନ ହେବା ପାଇଁ କେବଳ ଡ୍ର ଆବଶ୍ୟକତା ରହିଥିଲା । ମାତ୍ର ଓଡ଼ିଶା ଏଫସିର ଖେଳାଳିମାନେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । ଘରୋଇ ମାଟିରେ ଇତିହାସ ରଚିପାରିଥିଲା ଓଡ଼ିଶା ଏଫସି । ଦଳ ପ୍ରଥମ ଥର ପାଇଁ ଆଇଡବ୍ଲ୍ୟୁଏଲ ଟ୍ରଫି ହାତେଇବାରେ ସକ୍ଷମ ହୋଇଛି । ଓଡ଼ିଶା ଏଫସିର ଖେଳାଳି ଲିୟାଣ୍ଡା ହ୍ୟାଟ୍ରିକ୍ ଅର୍ଜନ କରିବା ସହ ଓଡ଼ିଶା ୬-୦ରେ ବିଜୟୀ ହୋଇଥିଲା ।
⭐ 𝐖𝐄 𝐀𝐑𝐄 𝐎𝐃𝐈𝐒𝐇𝐀 ⭐
Champions of India 🇮🇳 🏆
ଘରୋଇ ମାଟିରେ ଇତିହାସ ରଚିଲା ଓଡ଼ିଶା ଏଫ୍ ସି: ପ୍ରଥମ ଥର ହାତେଇଲା ଇଣ୍ଡିଆନ୍ ୱିମେନ୍ସ ଲିଗ୍ ଟ୍ରଫି 🔥#OdishaFC #OFCW #AmaTeamAmaGame #KalingaWarriors #IWL #IWLChampions pic.twitter.com/ctxZU2Ybwx
— Odisha FC (@OdishaFC) March 24, 2024