fbpx

ହୋଲିରେ ସାବାଡ ହେବେ ଅମାନିଆ; ହୋଲିପାର୍ଟି ଉପରେ ରହିବ ପୋଲିସର ତିକ୍ଷ୍ଣ ନଜର

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ହୋଲିରେ ସାବାଡ ହେବେ ଅମାନିଆ । ହୋଟେଲରେ ହୋଲି ପାର୍ଟି ଉପରେ ରହିବ କମିସନରେଟ ପୋଲିସ ର ତିକ୍ଷ୍ଣ ନଜର । ରାଜଧାନୀରେ ହୋଲି ସୁରକ୍ଷାକୁ ନେଇ କଡାକଡି କଲା କମିଶନରେଟ୍ ପୋଲିସ । ଅମନିଆଙ୍କୁ ସବାଡ କରାଯିବ । ଅପମିଶ୍ରଣ ହୋଇଥିବା କେମିକାଲ ରଙ୍ଗ ବ୍ୟବହାର କଲେ ନିଆଯିବ କଡ଼ା ଆକ୍ସନ । ରାସ୍ତାରେ ପତ୍ରୋଲିଂ ବଢ଼ାଯିବ । କେମିକାଲ ରଙ୍ଗ ବିକ୍ରି କରୁଥିବା ଦୋକାନ ଉପରେ ଚଢାଉ ହେବ । ଡିଏସପି ରାଙ୍କ ର ଅଧିକାରୀ ନେତୃତରେ ଟିମ୍ ଗଠନ ହୋଇଚି । ୧୫ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହେବେ । ଲିଙ୍ଗରାଜ ବିନ୍ଦୁସାଗର ଦୟା ନଦୀ ଗୁଡ଼ିକରେ ଓଡ୍ରଫ ଟିମ୍ ମୁତଉନ୍ ହେବେ ।

ହୋଲି ରଙ୍ଗରେ ଗାଧୋଇବାକୁ ଯାଉଥିବା ଲୋକଙ୍କ ପାଇଁ ଲାଗିବ ସର୍ତକ ସୂଚନା ଫଳକ ଲାଗିବ । ବିଭିନ୍ନ ସ୍ଥାନରେ ହେଉଥିବା ଇଭେଣ୍ଟ ଗୁଡ଼ିକରେ ନଜର ରଖିବ ପୋଲିସ୍ । ହୋଲିରେ ଯୁବତୀ ମାନଙ୍କୁ କମେଣ୍ଟ କିମ୍ବା ଅସଦାଚରଣ ଘଟଣାକୁ ରୋକିବା ପାଇଁ ଟିମ୍ ଗଠନ ହୋଇଚି । ଯଦି କୌଣସି କମେଣ୍ଟ ମାରା ଘଟଣା ଆସୁଛି ତେବେ ତୁରନ୍ତ ପୋଲିସ୍ ଙ୍କୁ ଜଣାଇବାକୁ ଡିସିପି କହିଛନ୍ତି । ବିଭିନ୍ନ ହୋଟେଲରେ ହୋଲି ପାର୍ଟି କରିବାକୁ ହେଲେ ଅନୁମତି ନିତ୍ୟାନ୍ତ ଆବଶ୍ୟକ ସେଥିପାଇଁ ପୋଲିସଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ । ହୋଲି ପୂର୍ବରୁ ଗଞ୍ଜେଇ , ବ୍ରାଉନସୁଗର ବିକ୍ରି ସ୍ଥାନ ଗୁଡିକରେ ରେଡ୍ ଜୋରଦାର ହେଉଚି ।

Get real time updates directly on you device, subscribe now.