fbpx

ସାମ୍ନାକୁ ଆସିଲା ଅଯୋଧ୍ୟା ରାମଲାଲାଙ୍କ ଜୀବନ୍ତ ଅବତାର, ସୋସିଆଲ ମିଡିଆରେ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ:ପଶ୍ଚିମବଙ୍ଗର ଆସନସୋଲରେ ରହୁଥିବା ଏକ ଦମ୍ପତି ଏବେ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା ସାଉଁଟୁଛନ୍ତି । ଏହି ଦମ୍ପତି ୯ ବର୍ଷର ଏକ ଶିଶୁକୁ ରାମଲାଲାଙ୍କ ଅବିକଳ ରୂପ ଦେଇଛନ୍ତି । ଏହି ଦମ୍ପତି ହେଉଛନ୍ତି ମେକଅପ୍ ଆର୍ଟିଷ୍ଟ ଓ ସେ ନିଜ କଳାର ଯାଦୁରେ ନିଜ ଅଞ୍ଚଳରେ ରହୁଥିବା ଏକ ବାଳକକୁ ରାମଲାଲାଙ୍କ ରୂପ ଦେଇଛନ୍ତି ।

ଆସନସୋଲରେ ରହୁଥିବା ଆଶୀଷ କୁଣ୍ଡୁ ଓ ପତ୍ନୀ ରୁବୀ ୯ ବର୍ଷର ଏକ ଶିଶୁକୁ ମେକଅପ୍ ଜରିଆରେ ଅଯୋଧ୍ୟା ରାମ ମନ୍ଦିରର ରାମଲାଲାଙ୍କ ମୂର୍ତ୍ତିକୁ ଜୀବନ୍ତ ଅବତାରରେ ବଦଳାଇ ଦେଇଛନ୍ତି । ଆଶୀଷ ଓ ରୁବୀ ଦୁଇ ଜଣ ମେକଅପ୍ ଆର୍ଟିଷ୍ଟ ଓ ସେମାନେ ଏକ ବ୍ୟୁଟି ପାର୍ଲର ଖୋଲିଛନ୍ତି । ରାମଲାଲାଙ୍କ ରୂପ ପାଇଥଇବା ବାଳକ ଅବୀର ଆସନସୋଲର ମୋହିସେଲା ଅଞ୍ଚଳରେ ରୁହନ୍ତି ।

ରୁବୀ କହିଛନ୍ତି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସେ ଓ ତାଙ୍କ ସ୍ୱାମୀ ରାମଲାଲାଙ୍କ ସହ ଜଡିତ ଏପରି କିଛି କରିବାକୁ ଚାହୁଁଥିଲେ ଯାହା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିବ । ତେବେ ତାଙ୍କୁ ଏହା କରିବାକୁ ଏକ ମାସ ସମୟ ଲାଗିଥିଲା । ଏବେ ଏହି ଦମ୍ପତିଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Get real time updates directly on you device, subscribe now.