fbpx

ବ୍ଲୁ ଫ୍ଲାଗ ବିଚରେ ବଡ଼ ଅଘଟଣ: ପୁରୀ ସମୁଦ୍ରରେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିଦିନ ପୁରୀକୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । ଏହି ଅବସରରେ ପର୍ଯ୍ୟଟକମାନେ ପୁରୀ ସମୁଦ୍ରରେ ସ୍ନାନ କରି ମଜା ଉଠାଇଥାନ୍ତି । ତେବେ ଅନେକ ସମୟରେ ସାମାନ୍ୟ ଅସାବଧାନତା କାରଣରୁ ଅନେକଙ୍କର ଜୀବନ ଚାଲିଯାଇଥାଏ । ଏପରି ବହୁ ଘଟଣା ପୂର୍ବରୁ ଘଟିଥିବା ବେଳେ ଆଜି ବ୍ଲୁ ଫ୍ଲାଗ ବିଚରେ ଘଟିଯାଇଛି ଏକ ବଡ଼ ଅଘଟଣ ।

ସୂଚନା ମୁତାବକ, ପୁରୀ ସମୁଦ୍ରରେ ଗାଧୋଉଥିବା ସମୟରେ ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଛି । ବେଳାଭୂମିରେ ସ୍ନାନ କରୁଥିବା ସମୟରେ ପର୍ଯ୍ୟଟକ ଜଣଙ୍କ ସମୁଦ୍ର ଜଳରେ ବୁଡ଼ି ଯାଇଥିଲେ । ତାଙ୍କୁ ଲାଇଫ୍ ଗାର୍ଡ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଥିଲେ । ଏନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି । ଅନ୍ୟ ପକ୍ଷରେ ମୃତ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ ।

Get real time updates directly on you device, subscribe now.