fbpx

କଳିଙ୍ଗ ଲେଖିଲା ନୂଆ ଇତିହାସ: ପ୍ରଥମ ଥର IWL ଚାମ୍ପିୟନ ହେଲା ଓଡ଼ିଶା ଏଫସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇଣ୍ଡିଆନ୍ ଓମେନ୍ସ ଲିଗ୍ (ଆଡବ୍ଲ୍ୟୁଏଲ) ଫୁଟବଲ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛି ଓଡ଼ିଶା ଏଫସି । ଘରୋଇ କଳିଙ୍ଗ ଷ୍ଟାଡିୟମ ଗ୍ରାଉଣ୍ଡରେ ଓଡ଼ିଶା ଫୁଟବଲ କ୍ଲବ (ଓଏଫସି) ମହିଳା ଦଳ ଓ କିକ୍ ଷ୍ଟାର୍ଟ ଏଫସି ମଧ୍ୟରେ ମୁକାବିଲା ହୋଇଥିଲା । ରବିବାର ଦିନ ଅପରାହ୍ଣରେ ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଓଡ଼ିଶା ମହିଳା ଟିମ୍ ବିଜୟୀ ହୋଇଥିଲା ।

ଫାଇନାଲ ପୂର୍ବରୁ ଓଡ଼ିଶା ଏଫସି ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୮ ପଏଣ୍ଟ ହାସଲ କରିଥିବା ବେଳେ ଚାମ୍ପିୟନ ହେବା ପାଇଁ କେବଳ ଡ୍ର ଆବଶ୍ୟକତା ରହିଥିଲା । ମାତ୍ର ଓଡ଼ିଶା ଏଫସିର ଖେଳାଳିମାନେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । ଘରୋଇ ମାଟିରେ ଇତିହାସ ରଚିପାରିଥିଲା ଓଡ଼ିଶା ଏଫସି । ଦଳ ପ୍ରଥମ ଥର ପାଇଁ ଆଇଡବ୍ଲ୍ୟୁଏଲ ଟ୍ରଫି ହାତେଇବାରେ ସକ୍ଷମ ହୋଇଛି । ଓଡ଼ିଶା ଏଫସିର ଖେଳାଳି ଲିୟାଣ୍ଡା ହ୍ୟାଟ୍ରିକ୍ ଅର୍ଜନ କରିବା ସହ ଓଡ଼ିଶା ୬-୦ରେ ବିଜୟୀ ହୋଇଥିଲା ।

Get real time updates directly on you device, subscribe now.