fbpx
BSKY
BJD MC SKY
BJD YOUTH SKY

୧୯୯୨ ପରେ ପ୍ରଥମ ଥର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବା ୫ ମ୍ୟାଚର ଟେଷ୍ଟ ସିରିଜ୍

ନୂଆଦିଲ୍ଲୀ: ୨୦୧୮ରେ ଯେବେ ଭାରତୀୟ ଦଳ ପ୍ରଥମ ଥର ଅଷ୍ଟ୍ରେଲିଆକୁ ତାରି ମାଟିରେ ଧୂଳି ଚଟାଇଥିଲା, ସେହି ସମୟରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ସମଗ୍ର ଦୁନିଆର ଧ୍ୟାନ ଆକର୍ଷଣ କରିଥିଲା। କଙ୍ଗାରକୁ ତାରି ମାଟିରେ ସିରିଜ ହରାଇବାରେ ଭାରତ ଥିଲା  ଏସିଆର ପ୍ରଥମ ଦଳ। ଏହାର ଦୁଇ ବର୍ଷ ପରେ ଭାରତୀୟ ଦଳ ନିଜର ଅଭିଜ୍ଞ ଖେଳାଳିଙ୍କ ବିନା ପୁଣି ଥରେ ଅଷ୍ଟ୍ରେଲିଆକୁ ତାରି ଘରେ ମାତ୍ ଦେଇଥିଲା। ଏହି ଗସ୍ତରେ ଭାରତ କଙ୍ଗାରୁ ଦଳର ଗାବାର ଘମଣ୍ଡ ମଧ୍ୟ ଭାଙ୍ଗିଥିଲା। ଏବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବଦଳରେ ପାଞ୍ଚ ମ୍ୟାବ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଆଇସିସିର ଫ୍ୟୁଚର ଟୁର ପ୍ରୋଗ୍ରାମ(ଏଫଟିପି)ରେ ବର୍ଡର-ଗାଭାସ୍କର ଟ୍ରଫିରେ ୪ ପରିବର୍ତ୍ତେ ୫ ମ୍ୟାଚ୍ ସିରିଜ ଖେଳାଯିବ।

ଇଏସପିଏନ କ୍ରିକଇନମ୍ଫୋର ରିପୋର୍ଟ ଅନୁସାରେ, ଭାରତ ୨୦୨୪-୨୫ରେ ଅଷ୍ଟ୍ରେଲିଆ ଗସ୍ତ କରିବ। ପୁଣି ୨୦୨୭ରେ କଙ୍ଗାରୁ ଦଳ ଭାରତ ଗସ୍ତରେ ଆସିବ। ଏହି ଦୁଇ ଗସ୍ତରେ ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଏହି ଦୁଇଟି ସିରିଜ୍ କ୍ରମଶଃ ୨୦୨୩-୨୫ ଏବଂ ୨୦୨୫-୨୭ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଅଂଶ ବିଶେଷ ରହିବ।

୧୯୯୨ ପରେ ପ୍ରଥମ ଥର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚର ଟେଷ୍ଟ ସିରିଜ୍ ଖେଳାଯିବ। ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୩-୨୫ରେ ଭାରତ ଅଷ୍ଟ୍ରେଲିଆ, ଓ୍ଵେଷ୍ଟଇଣ୍ଡିଜ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଅପରପକ୍ଷେ ଘରୋଇ ମାଟିରେ ଦଳ ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଏବଂ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବ।

ସେହି ପରି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୫-୨୭ରେ ଭାରତ ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଏବଂ ଶ୍ରୀଲଙ୍କା ଗସ୍ତ କରିବ। ଅନ୍ୟପଟେ ନିଜ ଘରେ ଭାରତ ଅଷ୍ଟ୍ରେଲିଆ, ଓ୍ଵେଷ୍ଟଇଣ୍ଡିଜ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବ। ଏଫଟିପିର ଡ୍ରାଫ୍ଟ ଅନୁସାରେ, ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଆଗାମୀ ସିଜିନରେ ଭାରତ ୩୮, ଇଂଲଣ୍ଡ ୪୨ ଏବଂ ଅଷ୍ଟ୍ରେଲିଆ ୪୧ଟି ଟେଷ୍ଟ ମ୍ୟାଚ୍ ଖେଳିବେ। ବାଂଲାଦେଶ ୩୪ ଏବଂ ନ୍ୟୁଜିଲାଣ୍ଡ ୩୨ଟି ମ୍ୟାଚ୍ ଖେଳିବେ। ବାକି ଦେଶର ମ୍ୟାଚ୍ ସଂଖ୍ୟା ୩୦ କିମ୍ବା ସେଥିରୁ କମ ରହିଛି।

 

Get real time updates directly on you device, subscribe now.