fbpx

ସ୍ୱାମୀ ବାହାଘରରେ ପୋଲିସକୁ ସାଙ୍ଗରେ ଧରି ମନ୍ଦିରରେ ପହଞ୍ଚିଲା ପ୍ରଥମ ସ୍ତ୍ରୀ, ଆଉ ତା ପରେ

Advertisement

କଟକ, ୧୧।୧୨(ଓଡିଶା ଭାସ୍କର): ସ୍ତ୍ରୀକୁ ଛାଡି ଅନ୍ୟ ଜଣେ ମହିଳାଙ୍କୁ ମନ୍ଦିରରେ ବାହା ହେଉଥିଲେ ସ୍ୱାମୀ । କିନ୍ତୁ ମନ୍ଦିରରେ ପୋଲିସ ସହ ପହଞ୍ଚିଗଲେ ପ୍ରଥମ ପତ୍ନୀ । ବାହାଘର ସରିଯାଇଥିଲା ହେଲେ ନବବଧୂକୁ ଆଉ ଘରକୁ ନେଇ ପାରିଲାନି ବର। ବରଂ ଜେଲ ଗଲେ ନବ ବିବାହିତ ବର। ସ୍ୱାମୀର ଦ୍ଵିତୀୟ ବିବାହ କଟକ ସାର୍ତ୍ତଳ ଚଣ୍ତୀ ମନ୍ଦିରରେ ହେଉଥିବା ଖବର ପାଇ ପ୍ରଥମ ସ୍ତ୍ରୀ କଟକ ମଧୁପାଟଣା ଥାନାରେ ଅଭିଯୋଗ କରିଥିବା ବେଳେ ଖବର ପାଇ ମଧୁପାଟଣା ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନବବିବାହିତ ବରଙ୍କୁ ପଚରାଉଚରା କରିଥିଲା। ପରେ ଉକ୍ତ ବ୍ୟକ୍ତି ଜଣଙ୍କ ଦ୍ବିତୀୟ ବିବାହ କରୁଥିବା ମାନିବାରୁ ପୁଲିସ ତାଙ୍କୁ ଗିରଫ କରିଛି।

ତେବେ କଟକ ସା‌ର୍ତ୍ତଲ ଚଣ୍ତୀ ମନ୍ଦିରଠାରେ ସ୍ବାମୀର ଦ୍ବିତୀୟ ବିବାହ ହେଉଥିବା ଖବର ପାଇ ପ୍ରଥମ ସ୍ତ୍ରୀ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ମଧୁପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲେ। ପରେ ସେ ଦ୍ବିତୀୟ ବିବାହ କରୁଥିବା ମାନିବାରୁ ପୁଲିସ ତାଙ୍କୁ ଗିରଫ କରିଛି। ଉକ୍ତ ବ୍ୟକ୍ତି ଜଣକ କଟକ ମାହାଙ୍ଗା ଥାନା ଅନ୍ତର୍ଗତ ଭଦ୍ରେଶ୍ୱର ଚକ୍ରପୁର ଗ୍ରାମର କୁଳମଣି ସାମଲଙ୍କ ପୁଅ ପ୍ରକାଶ ସାମଲ ବୋଲି ଜଣାପଡ଼ିଛି। ୨୦୦୭ରେ ବୈଦିକ ରୀତିନୀତିରେ ସେହି ଗ୍ରାମର ଜୟନ୍ତୀ ସାମଲଙ୍କୁ ପ୍ରେମ ବିବାହ କରିଥିଲେ। ପତୀପତ୍ନୀଙ୍କ କଳହରୁ ପରେ ଏପରି ପଦକ୍ଷପ ନେଇଥିବା ଉକ୍ତ ବ୍ୟକ୍ତି ଜଣଙ୍କ କହିଛନ୍ତି।

Get real time updates directly on you device, subscribe now.