fbpx
BSKY
BJD MC SKY
BJD YOUTH SKY

ମହାରାଷ୍ଟ୍ରରେ ସାମନାକୁ ଆସିଲା ପ୍ରଥମ ଜୀକା ଭାଇରସ୍ ମାମଲା

ମୁମ୍ବାଇ: କରୋନା ମହାମାରୀର ଭୟାବହ ଜାରି ରହିଥିବା ବେଳେ ଏବେ ଜୀକା ଭାଇରସ୍ ଲୋକଙ୍କୁ ବ୍ୟାପିବାରେ ଲାଗିଛି । ମଶା ମାନଙ୍କ ଠାରୁ ବ୍ୟାପୁଥିବା ଏହି ଭାଇରସ୍ ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି । ତେବେ ଇତି ମଧ୍ୟରେ ମହାରାଷ୍ଟ୍ରରେ ଜୀକା ଭାଇରସ୍ ର ପ୍ରଥମ ମାମଲା ସାମନାକୁ ଆସିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜଣେ ୫୦ ବର୍ଷର ମହିଳାଙ୍କୁ ଜୀକା ଭାଇରସ୍ ସଂକ୍ରମିତ କରିଥିବା ଜଣାପଡ଼ିଛି । ରିପୋର୍ଟ ମୁତାବକ, ଉକ୍ତ ମହିଳା ଜୀକା ଭାଇରସ୍ ବ୍ୟତୀତ ଚିକନଗୁନିଆରେ ମଧ୍ୟ ପୀଡିତ ଅଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ କହିଛନ୍ତି ଯେ, ଭୟ କରିବାର କୌଣସି କାରଣ ଳନାହିଁ । ଉକ୍ତ ମହିଳା ବର୍ତ୍ତମାନ ଠିକ୍ ଅଛନ୍ତି । ଏବେ ତାଙ୍କର ପରିବାର ସଦସ୍ୟଙ୍କ ଠାରେ ବି କୌଣସି ପ୍ରକାର ଲକ୍ଷଣ ନାହିଁ । ତେବେ ଜୁଲାଇ ୧୬ ତାରିଖରେ ୫ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଏମାନଙ୍କ ମଧ୍ୟରୁ ତିନି ଜଣଙ୍କ ଠାରେ ଚିକନଗୁନିଆ ଦେଖିବାକୁ ମିଳିଥିଲା । ସେହିପରି ଜୀକା ଭାଇରସ୍ ସଂକ୍ରମିତଙ୍କ ଗାଁର ୪୧ଜଣଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୫ଜଣଙ୍କ ଠାରେ ଚିକନଗୁନିଆ, ତିନିଜଣଙ୍କ ଠାରେ ଡେଙ୍ଗୁ ଏବଂ ଜଣେ ଜୀକା ଭାଇରସ୍ ସଂକ୍ରମିତ ଥିବା ଜଣାପଡ଼ିଥିଲା ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରବ ବ୍ୟତୀତ କେରଳରେ ମଧ୍ୟ ଜୀକା ଭାଇରସ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ସେଠାରେ ଏଯାବତ୍ ୬୩ ଟି ମାମଲା ଠାବ ହୋଇଛି ।

Get real time updates directly on you device, subscribe now.