fbpx

ସର୍ବବୃହତ ଏଲ୍‌ଆଇସି ଆଇପିଓ ବମ୍ଫର ବିକ୍ରି, ଦିନକରେ ୫୦ ପ୍ରତିଶତରୁ ଅଧିକ ବିକ୍ରି

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ଦେଶର ସର୍ବବୃହତ ଆଇପିଓ ଏଲ୍‌ଆଇସି । ସର୍ବବୃହତ ବୀମା କମ୍ପାନୀ ଲାଇଫ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏଲ୍‌ଆଇସି) ତାହାର ପ୍ରଥମ ଇନିସିଆଲ୍‌ ପବ୍ଲିକ୍‌ ଅଫରିଂ ଆରମ୍ଭ କରିଛି । ଏଲ୍‌ଆଇସିର ଏହି ଆଇପିଓ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ନିବେଶକମାନେ ଏହି ସମୟ ମଧ୍ୟରେ ଏଲ୍‌ଆଇସି ଆଇପିଓ ପାଇବା ପାଇଁ ଆବେଦନ କରି ।ରିବେ । ଏଲ୍‌ଆଇସି ତା’ର ଆଇପିଓର ମୂଲ୍ୟ ୯୦୨ ଟଙ୍କାରୁ ୯୪୯ ଟଙ୍କା ମଧ୍ୟରେ ରଖିବାକୁ ଘୋଷଣା କରିଛି । ଜଣେ ବ୍ୟକ୍ତି ଗୋଟିଏ ଲଟ୍‌ରେ ୧୫ଟି ସେୟାର ନେଇପାରିବେ । ଅପର ପ୍ରାଇସ୍‌ ବ୍ରାଣ୍ଡ ହିସାବରେ ଦେଖିଲେ ମୋଟ୍‌ ଗୋଟିଏ ଲଟ୍‌ ପାଇଁ ୧୪,୨୩୫ ଟଙ୍କାର ନିବେଶ କରାଯାଇପାରିବ । ରିଟେଲ୍‌ କ୍ଷେତ୍ରରେ ମୋଟ୍‌ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ ସୀମା ଧାର୍ଯ୍ୟ କରାଯାଇଛି ।

ଏଲ୍‌ଆଇସି ପଲିସିଧାରୀଙ୍କ ପାଇଁ ସେୟାର ଉପରେ ୬୦ ଟଙ୍କାର ଡିସ୍‌କାଉଣ୍ଟ ରହିଥିବାବେଳେ ରିଟେଲ୍‌ ନିବେଶକଙ୍କ ପାଇଁ ମୋଟ୍‌ ଆଇପିଓ ମୂଲ୍ୟରେ ୩୫ଧ ସଂରକ୍ଷଣ ରଖାଯାଇଛି । ଅର୍ଥାତ୍‌ ରିଟେଲ୍‌ ଇନ୍‌ଭେଷ୍ଟରମାନେ ଏହି ୩୫ଧ ପାଇବାନିଶ୍ଚିତ ବୋଲି କୁହାଯାଇପାରେ । କେନ୍ଦ୍ର ସରକାର ମୋଟ୍‌ ୨୨ କୋଟି ୧୩ ଲକ୍ଷ ସେୟାର ବିକ୍ରି କରିବେ । ଏଥିରୁ ୨୧ ହଜାର କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି ଆଇପିଓର ଶୁଭାରମ୍ଭ ପରେ ଗୋଟିଏ ଦିନରେ ୫୦ ପ୍ରତିଶତରୁ ଅଧିକ ବିକ୍ରି ହୋଇଛି ।

Get real time updates directly on you device, subscribe now.