fbpx

ବିହାରର ଗୋଟେ ଘରୁ ମିଳିଲା ୫ଟି ଶବ: ଋଣ ଭାରରେ ଶେଷ ହୋଇଗଲା ପରିବାର

ବିହାରର ସମସ୍ତିପୁର ଜିଲ୍ଲାର ଏକ ପରିବାରରୁ ୫ଜଣଙ୍କର ଶବ ଉଦ୍ଧାର କରାଯାଇଛି । ବିଦ୍ୟାପତିନଗର ଥାନା ଅନ୍ତର୍ଗତ ମଉ ଧନେଶ୍ୱର ଗ୍ରାମରେ ଘଟି ଯାଇଛିି ଏଭଳି ଅଘଟଣ । କୁହାଯାଉଛି ଯେ ଅର୍ଥ ଅଭାବରୁ ପରିବାରର ସମସ୍ତ ସଦସ୍ୟ କରିଛନ୍ତି ଆତ୍ମହତ୍ୟା । ମୃତକ ମାନେ ହେଉଛନ୍ତି ୪୨ ବର୍ଷିୟ ମନୋଜ ଝା, ୩୮ବର୍ଷିୟ ସୁନ୍ଦର ମଣି, ୬୫ ବର୍ଷିୟ ସୀତା ଦେବୀ, ୧୦ବର୍ଷିୟ ସତ୍ୟମ ଓ ୭ ବର୍ଷର ଶିବମ ।

ପ୍ରକାଶଥାଉ କି ମନୋଜର ଝିଅ ଜ୍ୱାଇଁ ଘରକୁ ଆସିଥିଲେ । ଘରର ଅନ୍ୟ ଏକ କୋଠରୀରେ ଶୋଇଥିବା ସମୟରେ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଥିବା ମନୋଜର ଝିଅ ସୂଚନା ଦେଇଛନ୍ତି । ଏକ ସହିତ ଘରର ସମସ୍ତ ସଦସ୍ୟ ପଙ୍ଖାରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ୫ଟି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଦଲସିଂହସରାହ ଏସପି ହୃଦୟକାନ୍ତ କହିଛନ୍ତି ଶବର ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।

ସେହିପରି ପ୍ରାଥମିକ ତଦନ୍ତରୁ ପ୍ରକାଶ ପାଇଛି ଯେ ମୃତକ ପରିବାର ଋଣ ଭାରରେ ଏପରି କାଣ୍ଡ କରିଛନ୍ତି । ଝିଅ ବାହାଘର ପାଇଁ ମନୋଜ ଋଣ ନେଇଥିବା କୁହାଯାଉଛି । ଋଣଭାରକୁ ନେଇ ପରିବାର ଲୋକେ ଚିନ୍ତାରେ ଥିଲେ । ପାଖ ପଡ଼ୋଶୀମାନେ ମଧ୍ୟ ମନୋଜଙ୍କ ପରିବାର ଅର୍ଥ ଅଭାବରେ ଥିବା କହିଛନ୍ତି ।

Get real time updates directly on you device, subscribe now.