କାଳ ସାଜିଲା କାଳବୈଶାଖୀ, ବଜ୍ରାଘାତରେ ଚାଲିଗଲା ୫ ଜଣଙ୍କ ପ୍ରାଣ

ବଜ୍ରାଘାତରେ ଚାଲିଗଲା ୫ ଜୀବନ

ଲକ୍ଷ୍ମୀପୁର: କାଳ ସାଜିଲା କାଳବୈଶାଖୀ। ବଜ୍ରାଘାତରେ ଜେଜେମା, ନାତୁଣୀ ସହ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଓଡ଼ିଆଫେଣ୍ଠ ପଞ୍ଚାୟତ ପର୍ଡିଗୁଡ଼ା ଗାଁରେ ଏହି ଅଘଟଣ ଘଟିବା କଥା ଜଣାପଡିଛି।

ସୂଚନାନୁଯାୟୀ, ବିଲରେ କାମ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ ଜେଜେମା, ନାତୁଣୀଙ୍କ ସହ ଅନ୍ୟଜଣେ ମହିଳା। ଏଥିସହ ବଜ୍ରାଘାତରେ ଏକାଧିକ ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ମୋହନାରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହେବା ସହ ବେଲଗୁଣ୍ଠାରେ ବଜ୍ରାଘାତରେ ଜଣେ ଏବଂ କେବିରିବ୍ରହ୍ମପୁରରେ ବଜ୍ରାଘାତରେ 23 ବର୍ଷୀୟା ଯୁବତୀ ମୃତ୍ୟୁ ଘଟିଛି।