fbpx

ଗୋଟିଏ ବାଇକରେ ବସିଥିଲେ ୫ ଜଣ: ଭିଡିଓ ଭାଇରାଲ ପରେ ପୋଲିସ କଲା କିଛି ଏପରି

ନୂଆଦିଲ୍ଲୀ: କିଛି ଲୋକ ରାସ୍ତାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଦେଖାଯାଉଛି । ଟ୍ରାଫିକ ନିୟମ ଅନୁଯାୟୀ ଦୁଇରୁ ଅଧିକ ଲୋକ ବାଇକରେ ବସିବା ଅପରାଧ । ଯଦି ଗାଡିରେ ଦୁଇରୁ ଅଧିକ ଲୋକ ବସିଥାନ୍ତି ତେବେ ଜୋରିମାନା ଦେବାକୁ ପଡିଥାଏ । ସାଧାରଣତଃ ଛୋଟ ସହର ମାନଙ୍କରେ ଟ୍ରାଫିକ ନିୟମକୁ ଗୁରୁତ୍ୱ ଦିଆ ଯାଉନଥିଲେ ମଧ୍ୟ ବଡ଼ ବଡ଼ ସହରରେ ଟ୍ରାଫିକ ନିୟମକୁ ଉଲଙ୍ଘନ କଲେ ପୋଲିସ କଠୋରତା ଦେଖାଏ । ତେବେ ଉତ୍ତରପ୍ରଦେଶର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଆଦୌ ଅବହେଳା କରନ୍ତି ନାହିଁ । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।

ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୟୁପି ପୋଲିସ ପାଞ୍ଜ ଜଣଙ୍କୁ ଗିରଫ କରିଛି । ଭାଇରାଲ ହୋଇଥିବା ଭିଡିଓରେ ୫ ଜଣ ଗୋଟିଏ ମୋଟରସାଇକେଲରେ ବସିଥିଲେ ଏବଂ ନିର୍ଭୟରେ ସହରରେ ବୁଲୁଥିଲେ । ମୋରାଦାବାଦ ପୋଲିସର ସୂଚନାନୁସାରେ, ମୋଟର ଯାନ ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ୬୫୦୦ ଟଙ୍କା ମୂଲ୍ୟର ଏକ ଚାଲାଣ କଟାଯାଇଛି । ରାସ୍ତାରେ ନିର୍ଭୟରେ ଗାଡି ଚଳାଇ ଶାନ୍ତି ଭଙ୍ଗ କରିଥିବା ଅଭିଯୋଗରେ ପୋଲିସ ପାଞ୍ଚ ଜଣଙ୍କ ନାମରେ ଅଭିଯୋଗ କରିଛି । ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟ ପାଇଁ ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି ଏବଂ ଜେଲକୁ ପଠାଯାଇଛି ।

ଟ୍ରାଫିକ ପୋଲିସ ଅଧୀକ୍ଷକ (ଏସପି) ଅଶୋକ କୁମାର କହିଛନ୍ତି, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ କୋଟୱାଲୀ ପୋଲିସ ଷ୍ଟେସନ ଅଞ୍ଚଳରେ ପାଞ୍ଚ ଜଣ ମୋଟରସାଇକେଲ ଚଲାଇଥିବାର ଦେଖିବାକୁ ମିଳିଛି । ଭିଡିଓରେ ମୋଟରସାଇକେଲର ନମ୍ବର ପ୍ଲେଟ୍ ଦୃଶ୍ୟମାନ ହୋଇଥିଲା ଏବଂ ଏହାକୁ ଚିହ୍ନିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏହି ମୋଟରସାଇକେଲ ଜବତ କରାଯାଇ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ମୋଟରସାଇକେଲ ରଇସ୍ ଅହମ୍ମଦ ନାମକ ଜଣେ ବ୍ୟକ୍ତିଙ୍କର ଥିଲା । ଅଭିଯୁକ୍ତମାନେ ହେଉଛନ୍ତି ଆରିଫ, ଆସିଫ, ଇରଶାଦ, ଶମିମ ଏବଂ ୱସିମ ବୋଲି ଜଣାପଡିଛି ।

 

Get real time updates directly on you device, subscribe now.