fbpx

ମୋବାଇଲ ସ୍କ୍ରିନରେ ଦେଖାଇବ ଉପଭୋକ୍ତାଙ୍କ ସଠିକ ନାମ! ସରକାର ଶିଘ୍ର ଆରମ୍ଭ କରିବେ ନୂଆ ଟେକନିକ

ଆମକୁ ବେଳେବେଳେ ଅଜଣା ନମ୍ବରରୁ ବାରମ୍ବାର କଲ ଆସିଥାଏ । ହେଲେ ଆମେ ସେହି ବ୍ୟକ୍ତିଙ୍କ ସଠିକ ନାମ ଜାଣିପାରି ନଥାଉ । ହେଲେ ବର୍ତ୍ତମାନ ସରକାର ଏପରି ଟେକନିକ ଆଣିବାକୁ ଯାଉଛନ୍ତି ଯାହାକି ସେହି ବ୍ୟକ୍ତିର ସଠିକ ନାମ ଫୋନ ସ୍କ୍ରିନ ଉପରେ ଆସିବ । ଏନେଇ ଟେଲିକମ ରେଗୁଲେଟରୀ ଅଥୋରୀଟି ଅଫ ଇଣ୍ଡିଆ ଏକ ସୂଚନା ଦେଇଛନ୍ତି । ଦୁରସଂଚାର ନେଟୱର୍କ ରେ କଲ କରୁଥିବା ଲୋକଙ୍କ ନାଁ ଦେଖାଯିବା ବ୍ୟବସ୍ଥା ଲାଗୁ କରିବା ପାଇଁ ପରାମର୍ଶ ପତ୍ର ଜାରି କରାଯାଇଛି ।

-ଯଦି ଏହି ବ୍ୟବସ୍ଥା ଲାଗୁ ହେଲା ତେବେ ଅଜଣା ବ୍ୟକ୍ତିଙ୍କ ନାଁ ସ୍କ୍ରିନ ଉପରେ ଦେଖାଇବ । ଯାହା ନାଁରେ ସିମ କାର୍ଡ ରେଜିଷ୍ଟର ହୋଇଥିବ ସେହି ବ୍ୟକ୍ତି ନାଁ ଦେଖାଇବ । ପରାମର୍ଶ ପତ୍ର ଉପରେ ସମ୍ବନ୍ଧ ପକ୍ଷ ୨୭ ଡିସେମ୍ବର ପର୍ଯ୍ୟନ୍ତ ସମୟ ମାଗିଛନ୍ତି । ୨୦୨୩ ଜାନୁଆରୀ ୧୦ ତାରିଖରେ ଏହାକୁ ନେଇ ଉତ୍ତର ଦିଆଯିବ ।

ବର୍ତ୍ତମାନ ଭାରତରେ ଟ୍ରୁକଲର, ଏବଂ ଭାରତ କଲର ଆଇଡ଼ିରେ ଜାଣି ହେଉଛି ଅଜଣା ବ୍ୟକ୍ତିଙ୍କ ନାଁ । ହେଲେ ଏହା ଆମକୁ ସଠିକ ତଥ୍ୟ ପ୍ରଦାନ କରୁନାହିଁ । ତେଣୁ ଟ୍ରାଇ ସୂଚନା ଅନୁସାରେ, ସିଏନଏପି ସୁବିଧା ଆରମ୍ଭ ହେଲା ପରେ ଯେକୌଣସି ମୋବାଇଲ ଫୋନ ଉପଭୋକ୍ତାଙ୍କ କଲ ଆସିଲେ ସେହି ବ୍ୟକ୍ତିଙ୍କ ସପୂର୍ଣ୍ଣ ତଥ୍ୟ ଜଣା ପଡିବ । ଏହି ସୁବିଧାକୁ ସ୍ମାର୍ଟ ଫୋନ ସହିତ ଫିଚର ଫୋନରେ ସୁବିଧା କରାଯିବା ପାଇଁ ଦୂର ସଂଚାର ନେଟୱର୍କ ପ୍ରସ୍ତୁତି ଏବଂ ବ୍ୟବହାରକୁ ମଧ୍ୟ ତନ୍ନଖୀ କରାଯାଉଛି ।

Get real time updates directly on you device, subscribe now.