fbpx

ନିରାଶ ହେଲା ଲେଡି ବ୍ଲାକମିଲର ଅର୍ଚ୍ଚନା; ମିଳିଲା ନାହିଁ ଜାମିନ

ଭୁବନେଶ୍ୱର:ଖାରଜ ହେଲା ଲେଡି ବ୍ଲାକମିଲର ଅର୍ଚ୍ଚନା ନାଗଙ୍କ ଜାମିନ । ଜାମିନ ପାଇଁ ଆବେଦନ କରିଥିଲେଏ ହେଁ ତାଙ୍କୁ ଜାମିନ ମିଳି ନାହିଁ । ଭୁବନେଶ୍ୱର ଜେଏମଏଫସି-୩ ରେ ଜାମିନ ଖାରଜ ହୋଇଛି। ଅକ୍ଷୟ ପରିଜାଙ୍କୁ ୩କୋଟି ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ଜାମିନ ଖାରଜ କରାଯାଇଛି ।

ସୂଚନା ମୁତାବକ ଲେଡି ବ୍ଲାକମିଲର ଅର୍ଚ୍ଚନା ନାଗ ମାମଲାରେ ଦିନକୁ ଦିନ ନୂଆ ମାମଲା ଆସୁଛି । ଏହା ସହିତ ଜଣେ ପରେ ଜଣେ ସମ୍ପୃକ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।ଆଗରୁ ଦୁଇ ଥର ସିନେ ପ୍ରଯୋଜକ ଅକ୍ଷୟ ପରିଜା ଇଡରେ ହାଜର ହୋଇଥିବା ବେଳେ ଗତକାଲି ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ ମଧ୍ୟ ଇଡି ଅଫିସରେ ହାଜର ହୋଇଥିଲେ ।ଇଡି ଅଫିସରେ ହାଜର ହେବା ପାଇଁ ପ୍ରମୋଦଙ୍କୁ ପୂର୍ବରୁ ସମନ ପଠାଯାଇଥିଲା । ଯାହାଫଳରେ ସେ କାଲି ଇଡିରେ ହାଜର ହୋଇଥିଲେ ।

ଇଡିର ତଦନ୍ତ ଅନୁଯାୟୀ, ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁଙ୍କ ଘରେ ପ୍ରଥମେ ଅର୍ଚ୍ଚନା ଭଡାରେ ରହୁଥିଲେ । ତେବେ ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ କୁହାଯାଉଥିବା ଏହି ମାମଲାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଓ ଅମୀୟକାନ୍ତଙ୍କ ଭଳି ବହୁ ପ୍ରଭାବଶାଳୀଙ୍କ ତାଲିକା ପ୍ରସ୍ତୁତ କରିଛି ଇଡି ।

Get real time updates directly on you device, subscribe now.