fbpx
BJD SKY
BJD SKY

ମାଆ କୋଳର ସୁରକ୍ଷା କବଚକୁ ଭେଦ କରିପାରିଲାନି ଭୟଙ୍କର ମିସାଇଲ୍, ଉଦ୍ଧାର ହେଲା ୫ ମାସର ଶିଶୁ

BJD

ନୂଆଦିଲ୍ଲୀ, ୨୧ା୫: ଇସ୍ରାଏଲ ଓ ହମାସ ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ଗାଜାରେ ଚାଲିଥିବା ଭୟଙ୍କର ସଂଘର୍ଷରେ ଅନେକ ଲୋକ ପ୍ରାଣ ହରାଇବା ସହ ବିପୁଳ କ୍ଷୟକ୍ଷତି ଘଟିଛି । ତେବେ ଗାଜାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସିଛି । ଚାରିଆଡ଼େ କୁଢ଼ କୁଢ଼ ଶବ ପଡ଼ିରହିଥିବା ବେଳେ ତା’ରି ମଧ୍ୟରୁ ମା’ କୋଳରେ ଜୀବିତ ରହିଥିବା ଏକ ପାଞ୍ଚମାସର ଶିଶୁକୁ ଉଦ୍ଧାର କରାଯାଇଛି । ଗୋଟିଏ ପରିବାରର ଜଣେ ମହିଳା ଓ ତାଙ୍କର ୪ ଜଣ ସନ୍ତାନ ଏହି ସଂଘର୍ଷରେ ମିସାଇଲ୍ ମାଡ଼ରେ ପ୍ରାଣ ହରାଇଥିଲେ । ମାତ୍ର ୪ ମାସର ଶିଶୁ ମାଆ କୋଳରେ ସୁରକ୍ଷିତ ଭାବେ ଜୀବିତ ରହିଥିଲା । ଭୟଙ୍କର ମିସାଇଲ୍ ଶକ୍ତି ମାଆ କୋଳର ସୁରକ୍ଷା କବଚକୁ ଭେଦ କରି ପାରିନଥିଲା । ଶିଶୁକୁ ଉଦ୍ଧାର କରିବା ପରେ ହସ୍ପିଟାଲକୁ ନିଆଯାଇଥିଲା । ଶିଶୁର ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିବାରୁ ଡାକ୍ତରମାନେ ତା’ର ଉପଯୁକ୍ତ ଚିକିତ୍ସା କରିଥିଲେ । ହସ୍ପିଟାଲରେ ଶିଶୁ ସହ ତା’ର ପିତା ମଧ୍ୟ ଉପସ୍ଥିତ ଥିଲେ । ସେ ନିଜର ସନ୍ତାନକୁ ଛାତିରେ ଧରି କାନ୍ଦିବାରେ ଲାଗିଥିଲେ । ଏହି ୫ ମାସର ଉଦ୍ଧାର ଶିଶୁକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.