fbpx

ସାବଧାନ ! ଭ୍ୟାକ୍ସିନ ନୁହେଁ କରୋନା କରୁଛି ପୁରୁଷଙ୍କୁ ନଂପୁସକ, କଣ କହୁଛି ଅଧ୍ୟୟନ

ନୂଆଦିଲ୍ଲୀ ୨୧ ।୦୫: କରୋନା ଭାଇରସରୁ ବଂଚିବା ପାଇଁ ସାରା ଦୁନିଆରେ ଏକ ମାତ୍ର ଅସ୍ତ୍ର ଟିକାକରଣ । ମାତ୍ର କିଛି ଗୁଜବ ଲୋକଙ୍କ ମନରେ ଏହି ଆଶଙ୍କା ଉତ୍ପନ କରିଛି ଯେ, ଟିକା ନେଲେ ପୁରୁଷ ନଂପୁସକ ହୋଇ ଯାଉଛନ୍ତି । ଏହା ସଂପୂର୍ଣ୍ଣ ଭାବେ ଭିତିହୀନ । ଏହାକୁ ନେଇ ଏକ ନୂତନ ଅଧ୍ୟୟନର ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ କୁହାଯାଇଛି ଭ୍ୟାକ୍ସିନ ନେଲେ ନୁହେଁ ବରଂ କରୋନା ସଂକ୍ରମିତ ହେଲେ ପୁରୁଷଙ୍କଠାରେ ନଂପୁସକତା ଆସିପାରେ ଅର୍ଥାତ ପୁରୁଷ ନଂପୁସକ ହେବାର ସମ୍ଭାବନା ରହିଛି ।

‘ୱାର୍ଲଡ ଜର୍ନାଲ ଅଫ ମେନ୍ସ ହେଲ୍‌୍‌ଥ‘ରେ ପ୍ରକାଶିତ ରିପୋର୍ଟରେ ବୈଜ୍ଞାନିକ କରୋନାରେ ସଂକ୍ରମିତ ଏବଂ ସଂକ୍ରମିତ ହୋଇନଥିବା ପୁରୁଷଙ୍କ ଟିସୁରେ ଦେଖିବାକୁ ମିଳିଥିବା ବ୍ୟବଧାନକୁ ବିସ୍ତାର ଭାବେ ଦର୍ଶାଇଛନ୍ତି । ଏହି ଅଧ୍ୟୟନରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି, କରୋନା ଭାଇରସ୍ ଶରୀରରେ ରକ୍ତ ବାହିକା ଅର୍ଥାତ ବ୍ଲଡ୍ ଭେସେଲ୍ସକୁ କ୍ଷତି ପହଂଚାଇପାରେ । ପରିଣାମସ୍ୱରୂପ ଶରୀରର ଅନେକ ଅଙ୍ଗ ପ୍ରଭାବିତ ହୋଇପାରେ ଏବଂ ପୁରୁଷଙ୍କ ଗୁପ୍ତାଙ୍ଗ ମଧ୍ୟ ଏଥିରେ ସାମିଲ ।

ୟୁନିଭର୍ସିଟି ଅଫ ମିଆମି ମିଲର ସ୍କୁଲ ଅଫ ମେଡିସିନର ରିପ୍ରୋଡକ୍ଟିଭ ପ୍ରୋଗ୍ରାମର ଆସୋସିଏଟ ପ୍ରଫେସର ତଥା ନିର୍ଦ୍ଦେଶକ ଏହି ଅଧ୍ୟୟନର ନେତୃତ୍ୱ ନେଇଥିଲେ । ସେ କହିଛନ୍ତି, ଭାଇରସର ପ୍ରତିକୂଳ ପ୍ରଭାବରେ ପୁରୁଷ ନଂପୁସକ ମଧ୍ୟ ହୋଇପାରେ । ଏହି ଅଧ୍ୟୟନ ସେହି ଲୋକଙ୍କ ଉପରେ କରାଯାଇଛି, ଯିଏ ୬ କିମ୍ବା ୮ ମାସ ପୂର୍ବେ କରୋନା ସଂକ୍ରମିତ ହୋଇଥିଲେ । ଏହି ଲୋକଙ୍କ ପୂର୍ବରୁ ସେମିତି କୌଣସି ସମସ୍ୟା ନଥିଲା । ଦୁଇ ଜଣ କରୋନା ସଂକ୍ରମିତ ପୁରୁଷଙ୍କ ଗୁପ୍ତାଙ୍ଗର ଟିସୁରେ ଭାଇରସର ଅବଶେଷ ଦେଖିବାକୁ ମିଳିଥିଲା ।

ଅଧ୍ୟୟନରେ ସାମିଲ ଡାକ୍ତର ରଞ୍ଜିତ ରାମାସାମୀ କହିଛନ୍ତି, ଯେଉଁ ପୁରୁଷଙ୍କଠାରେ କେବେ ଶୀଘ୍ର ପତନ ସମସ୍ୟା ନଥିଲା, କରୋନା ସଂକ୍ରମିତ ହେବା ପରେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳିଛି । ଅଧ୍ୟୟନରୁ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, କରୋନା ଭାଇରସ୍ କେବଳ ଫୁସଫୁସ ଓ କିଡନୀକୁ ସଂକ୍ରମଣ କରୁନାହିଁ ବରଂ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ନିଷ୍କ୍ରିୟ କରିପାରେ ।

Get real time updates directly on you device, subscribe now.