fbpx
BJD SKY
BJD SKY

ପରଲୋକରେ ହ୍ୟୁମାନ ସାଗରଙ୍କ ବାପା

BJD

କଟକ(ଓଡ଼ିଶା ଭାସ୍କର) : ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବାପା ରବିଚନ୍ଦ୍ର ସାଗରଙ୍କର ନିଧନ ହୋଇଯାଇଛି । ହ୍ୟୁମାନ ସାଗରଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିବା ସୁଚନା ମିଳିଛି । ସୁଚନା ଯେ, ହ୍ୟୁମାନଙ୍କ ବାପା ୧୫ ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । କିନ୍ତୁ ଗତକାଲି ହଠାତ୍ ତାଙ୍କ ଅବସ୍ଥା ବିଗିଡିଯାଇଥିଲା । ଏହାପରେ ଗୁରୁବାର ସକାଳେ ତାଙ୍କର ଦେହାନ୍ତ ହୋଇଥିବା ଖବର ପ୍ରକାଶ ପାଇଛି ।

ରବିଚନ୍ଦ୍ର ସାଗର ପେଶାରେ ଜଣେ ଶିକ୍ଷକ ଥିଲେ । ଏଥିସହିତ ସମାଜସେବୀ ଭାବରେ ମଧ୍ୟ ସେ ବେଶ୍ ପରିଚିତ ଥିଲେ । ତେବେ ତାଙ୍କ ବିୟୋଗରେ ଓଲିଉଡ୍ ର ବିଭିନ୍ନ କଳାକାର ଶୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.