fbpx

ଦେଶ ଅଧିକ କ୍ରିୟାଶୀଳ ହେବାର ସମୟ ଆସିଯାଇଛି

୧୧୬ ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ପତ୍ର

ନୂଆଦିଲ୍ଲୀ: ସବୁ ଭାରତୀୟଙ୍କ ଯୁଦ୍ଧକାଳୀନ ଭିତରେ ମାଗଣା ଟିକା ଦିଆଯାଉ । ଏଥିସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉଭୟ କ୍ଷେତ୍ରରେ ଆରଟି-ପିସିଆର୍ ଟେଷ୍ଟ୍ ପାଇଁ ତ୍ୱରିତ ବ୍ୟବସ୍ଥା କରାଯାଉ । ଏଭଳି ମର୍ମରେ ୧୧୬ ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଛନ୍ତି ପତ୍ର । ସେମାନେ କହିଛନ୍ତି ଯେ ବର୍ତ୍ତମାନ ଦେଶ ଅଧିକ କ୍ରିୟାଶୀଳ ହେବାର ସମୟ ଆସିଯାଇଛି । ତେଣୁ ପ୍ରଧାନମନ୍ତ୍ରୀ ଏଦିଗରେ ଗୁରୁତ୍ୱର ସହ ବିଚାର କରନ୍ତୁ ।

ସୂଚନା ଅନୁସାରେ କେନ୍ଦ୍ରୀୟ ଅଧିକାରୀ ଭାବେ କରୁଥିବା ପୂର୍ବତନ ପ୍ରଶାସନିକ ଅଧିକାରୀମାନେ କହିଛନ୍ତି ଯେ ମୋଦୀଙ୍କ ନେତୃତ୍ୱାଧୀନ ସରକାର ପୂର୍ବରୁ କୋଭିଡ୍ ପରିସ୍ଥିତି ପାଇଁ ଅଧିକ ତତ୍ପରତା ପ୍ରକାଶ କରୁଥିଲେ । ଦେଶବାସୀଙ୍କୁ ସମ୍ବୋଧିତ କରିବା ତୁଳନାରେ କରୋନା ସଂକ୍ରମଣ ପାଇଁ ସରକାର ଅଧିକ ଚିନ୍ତିତ ରହିଥିବା ଜଣାପଡ଼ିଥିଲା । ତେବେ ବିଭିନ୍ନ ରାଜ୍ୟ ପକ୍ଷରୁ କୋଭିଡ୍ ପରୀକ୍ଷା, ସଂକ୍ରମିତଙ୍କ ସଂଖ୍ୟା, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀ ଓ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ପ୍ରମାଣଭିତ୍ତିକ ତଥା ପ୍ରକୃତ ତଥ୍ୟ ସମ୍ପର୍କରେ ସାର୍ବଜନୀନ କରାଯାଉନି ବୋଲି ଚିଠରେ ଉଲ୍ଲେଖ କରାଯାଇଛି । ମହାମାରୀ ସଂକ୍ରମଣ ଦୃଷ୍ଟିରୁ ବିଭିନ୍ନ ରାଜ୍ୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ସୁବିଧା ମିଳିପାରୁନି । ସେହିପରି ସଂକ୍ରମଣ ରୋକିବା ଦିଗରେ ମଧ୍ୟ ଅନେକ ରାଜ୍ୟର ପଦକ୍ଷେପ ସନ୍ତୋଷଜନକ ନୁହେଁ । ଏଥିସହ ପୂର୍ବତନ ଅଧିକାରୀବୃନ୍ଦ ପ୍ରଧାନମନ୍ତ୍ରୀଙ୍କ ସମେତ ଭାରତୀୟ ଜନତା ପାର୍ଟି (ବିଜେପି)ର କାର୍ଯ୍ୟକଳାପ ନେଇ ଅଭିଯୋଗ ଉଠାଇଛନ୍ତି । କୋଭିଡ୍ ସଂକ୍ରମଣର ଦ୍ୱିତୀୟ ତରଙ୍ଗରେ ଦେଶରେ ଧୀରେ ଧୀରେ ବୃଦ୍ଧି ପାଉଥିବାବେଳେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବଚାନ ପ୍ରଚାର ଓ ବହୁସଂଖ୍ୟକ ଲୋକଙ୍କୁ ନେଇ ଶୋଭାଯାତ୍ରା କରିବା ଦ୍ୱାରା ବିପଦକୁ ବରଣ କରିବା ସଦୃଶ ହୋଇଛି । ଏପରିକି କୋଭିଡ୍ କଟକଣାର ସମସ୍ତ ନିୟମ ବିଜେପି ଦଳର ନେତାମାନେ ସମ୍ପୂର୍ଣ୍ଣ ଉଲ୍ଲଂଘନ କରିଲେ ବୋଲି ଚିଠିରେ ଦର୍ଶାଯାଇଛି । ଏହା ଅନ୍ୟ ରାଜନୀତିକ ଦଳକୁ ଏକ ପ୍ରକାର ପ୍ରୋତ୍ସାହନ ଯୋଗାଇଲା ବୋଲି ମଧ୍ୟ କୁହାଯାଇଛି ।

ସେହିପରି ପୂର୍ବତନ ଅଧିକାରୀମାନେ କୁମ୍ଭମେଳା ପ୍ରସଙ୍ଗ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏହା ସଂକ୍ରମଣ ବୃଦ୍ଧି କରିବାରେ ସହାୟକ ହେଲା ବୋଲି କୁହାଯାଇଛି । ଖାଲି ସେତିକି ନୁହେଁ, କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟଗୁଡ଼ିକୁ ମହାମାରୀ ପ୍ରତିହତ ପାଇଁ କାର୍ଯ୍ୟ କରିବାରେ ଆର୍ôଥକ ସହାୟତା ବିଷୟରେ ଗୁରୁତର ସହ ଚିନ୍ତା କରିନଥିବା ଚିଠିରେ ଦର୍ଶାଯାଇଛି । ଅନୁରୂପ ଭାବେ ପ୍ରାଇମ୍ ମିନିଷ୍ଟର୍ ନ୍ୟାସନାଲ୍ ରିଲିଫ୍ ଫଣ୍ଡ ରହିଥିବା ସ୍ଥଳେ ପିଏମ୍-କେୟାର୍ସ ଫଣ୍ଡର କଣ ଆବଶ୍ୟକ ରହିଲା ବୋଲି ପୂର୍ବତନ ଅଧିକାରୀବୃନ୍ଦ ପ୍ରଶ୍ନ କରିବା ସହ ଏ ସମ୍ପର୍କରେ ସବିଶେଷ ତଥ୍ୟ ସାର୍ବଜନୀନ କାହିଁକି କରାଯାଇନି ବୋଲି ପଚାରିଛନ୍ତି ।

Get real time updates directly on you device, subscribe now.