fbpx

କନିଷ୍ଠ ମହିଳା ହକି ବିଶ୍ୱକପ୍ ପାଇଁ ଘୋଷଣା ହେଲା ସମ୍ଭାବ୍ୟ ଦଳ: ସ୍ଥାନ ପାଇଲେ ୫ ଓଡ଼ିଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ହକିପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଏଫଆଇଏଚ କନିଷ୍ଠ ମହିଳା ହକି ବିଶ୍ୱକପ ପାଇଁ ୨୮ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରାଯାଇଛି । ଏହି ଅବସରରେ ଆସନ୍ତା ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଏକ ପ୍ରସ୍ତୁତି ଶିବିର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହାପରେ ବିଶ୍ୱକପ୍ ଲାଗି ଚୂଡ଼ାନ୍ତ ଭାରତୀୟ କନିଷ୍ଠ ମହିଳା ହକି ଦଳ ଘୋଷଣା କରାଯିବ । ତେବେ ଏହି ୨୮ ଜଣିଆ ସମ୍ଭାବ୍ୟ ଦଳରେ ୫ ଜଣ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ମିଳିଛି ।

ଏହି ଖେଳାଳିଙ୍କ ମଧ୍ୟରେ ଗୋଲରକ୍ଷକ ମାଧୁରୀ କିଣ୍ଡୋ, ମଧ୍ୟକ୍ରମ ଖେଳାଳି ଆଜମିନା କୁଜୁର, ନିକିତା ଟପ୍ପୋ, ଦୁଇ ଫରୱାର୍ଡ ଜୀବନ କିଶୋରୀ ଟପ୍ପୋ, ବିଉଟି ଡୁଙ୍ଗଡୁଙ୍ଗ ରହିଛନ୍ତି । ପୂର୍ବରୁ ହକି ବିଶ୍ୱକପ ପାଇଁ ଭାରତୀୟ ଦଳର ଶିବିର ବେଙ୍ଗାଲୁରୁରେ ଚାଲିଥିଲା । ମାତ୍ର ବର୍ତ୍ତମାନ ହକିର ପେଣ୍ଠସ୍ଥଳ ଭୁବନେଶ୍ୱରକୁ ଏହି ଶିବିର ସ୍ଥାନାନ୍ତରିତ ହୋଇଛି ।

Get real time updates directly on you device, subscribe now.