fbpx

ହସ୍ପିଟାଲରେ ଅକ୍ସିଜେନ ସପ୍ଲାଇ ବନ୍ଦ: ୫ ରୋଗୀ ମୃତ

ରାଞ୍ଚି, ୮ା୫: ଝାଡ଼ଖଣ୍ଡର ଏକ ମେଡିକାଲରେ ଅକ୍ସିଜେନ ଯୋଗାଣ ବନ୍ଦ ହୋଇଯିବାରୁ ୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଗତକାଲି ରାଞ୍ଚି ସଦର ହସ୍ପିଟାଲରେ ରେଗୁଲେଟର ଲିକେଜ ହୋଇ ଫାଟି ଯାଇଥିଲା । ଫଳର କିଛି ଘଣ୍ଟା ପର୍ଯ୍ୟନ୍ତ ଆଇସିୟୁରେ ଅକ୍ସିଜେନ ସପ୍ଲାଇ ବାଧାପ୍ରାପ୍ତ ହୋଇଥିଲା । ଏହାପରେ ରୋଗୀଙ୍କର ଅକ୍ସିଜେନ ଫ୍ଲୋ ପ୍ରେସର ୫୦ରୁ ୧୨ରେ ପହଞ୍ଚି ଯାଇଥିଲା । କିଛି ସମୟରେ ପରେ ସ୍ଥିତି ଗମ୍ଭୀର ହେବା ସହ ରୋଗୀମାନେ ମୃତ୍ୟୁବରଣ କରିଥିଲେ । ହସ୍ପିଟାଲରେ ଏକ ଜମ୍ବୋ ସିଲିଣ୍ଡର ରହିଥିଲେ ମଧ୍ୟ ତାହା ସଂଯୋଗ କରିବା ବେଳକୁ ସମସ୍ତ ରୋଗୀ ଶେଷ ନିଃଶ୍ୱାସ ତ୍ୟାଗ କରିସାରିଥିଲେ । ତେବେ ଏହି ମାମଲାର ଯାଞ୍ଚ ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ସମ୍ପୂର୍ଣ୍ଣ ଯାଞ୍ଚ ପରେ ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.