fbpx

ଏହି ରାଜ୍ୟରେ ସକାଳ ୬ଟାରେ ଖୋଲିବ ମଦ ଦୋକାନ

ବେଙ୍ଗାଲୁରୁ, ୮ା୫: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଲାଗୁ କରାଯାଇଥିଲା । ସଂକ୍ରମଣ ନ କମିବାରୁ ଏବେ ୧୪ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ଆସନ୍ତା ୧୦ ତାରିଖ ସକାଳ ୬ଟାରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି କୁହାଯାଇଛି ।

ଲକଡାଉନ ବେଳେ ସକାଳ ୬ଟାରୁ ୧୦ଟା ଯାଏ ମଦ ଦୋକାନ ଖୋଲା ରହିବ । ଏଥିସହିତ ଅନ୍ୟ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି କୁହାଯାଇଛି । କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ କର୍ଫ୍ୟୁ ସଫଳ ହୋଇପାରିଲା ନାହିଁ । ତେଣୁ ରାଜ୍ୟରେ ୧୪ ଦିନିଆ ଲକଡାଉନ ଲାଗୁ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରାପ୍ପା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.