fbpx

ପୁଣି ଚିନ୍ତା ବଢ଼ାଇଲା ଭିମସାର, ଚିହ୍ନଟ ହେଲେ ୫ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପାଇଁ ପୁଣି ଚିନ୍ତା ବଢ଼ାଇଛି ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର) । ଭିମସାରରୁ ପୁଣି ୫ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ପଜିଟିଭ୍ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ଭୀମସାର ଡିନ୍ ଜୟଶ୍ରୀ ଦୋରା ଏନେଇ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବୁର୍ଲା ଭୀମସାରରୁ ପୂର୍ବରୁ ୨୨ ଜଣ ଛାତ୍ରୀ ଓ ୭ ଜଣ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଥିଲେ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଥମ ଓ ଦ୍ୱିତୀୟ ବର୍ଷର ଅଫଲାଇନ ପରୀକ୍ଷାକୁ ବାତିଲ୍ କରିଦିଆଯାଇଥିଲା । ସମସ୍ତ ପରୀକ୍ଷା ଓ ପ୍ରାକ୍ଟିକାଲ ଅନଲାଇନରେ ହେବ ବୋଲି ଶ୍ରୀମତୀ ଦୋରା କହିଥିଲେ । ତେବେ ଚିହ୍ନଟ ହୋଇଥିବା ୨୨ ଜଣ ଛାତ୍ରୀ ପ୍ରଥମ ବର୍ଷର ବୋଲି ଜଣାପଡ଼ିଥିଲା । କରୋନା ପଜିଟିଭ୍ ଚିହ୍ନଟ ହେବା ପେର ସମସ୍ତଙ୍କୁ ବିଳମ୍ବିତ ରାତ୍ରିରେ କୋଭିଡ୍ ୱାର୍ଡରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.